ଚୋରକୁ ଅଟକାଇବାକୁ ଯାଇ ଦମ୍ପତୀ ଲହୁଲୁହାଣ
ଜଗତସିଂହପୁର (ଅନସୂୟା ରାଉତ) :-ବଲିକୁଦା ଥାନା ଅନ୍ତର୍ଗତ ଅନନ୍ତ ପୁର ଗ୍ରାମରେ ଚୋରକୁ ଅଟକାଇବାକୁ ଯାଇ ଦମ୍ପତୀ ଲହୁଲୁହାଣ ହୋଇ ସ୍ଥନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ପ୍ରକାଶ ଥଉକି, ଅନନ୍ତପୁର ଗ୍ରାମର ନିର୍ମଳ ଦାସଙ୍କ ଘରେ ପଶି ସନାତନ ଦାସ ନାମକ ଜଣେ ଯୁବକ ୨୭ହଜାର ଟଙ୍କା ଜବରଦସ୍ତ ନେଇଯାଉଥିବା ବେଳେ ଦାସ ଦମ୍ପତୀ ସନାତନ ଦାସକୁ ବାଧା ଦେଇଥିଲେ । ସନାତନ ନିକଟରେ ରଖିଥିବା ଧାରୁଆ ଅସ୍ତ୍ରରେ ଦାସ ଦମ୍ପତୀଙ୍କୁ ଆକ୍ରମଣ କରିଥିଲା। ଏବେ ଦାସ ଦମ୍ପତୀ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି ।


