ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଶୋକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭାରତବର୍ଷରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଅନନ୍ୟ ପ୍ରଚାରକ, ଓଡ଼ିଆ ଭାଷା ସଂସ୍କୃତିର ସଂରକ୍ଷକ, ବିଶେଷ ଭାବରେ ଭଞ୍ଜ ସାହିତ୍ୟର ଅନନ୍ୟ ବାଖ୍ୟାକାର, ପଦ୍ମଶ୍ରୀ ପ୍ରଫେସର ଡଃ ରଜତ କରଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏକ ଶୋକବାର୍ତ୍ତାରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ୱର୍ଗତ କରଙ୍କୁ ଜନ୍ନାଥଙ୍କର ଅନନ୍ୟ ଭକ୍ତ ଭାବେ ବର୍ଣ୍ଣନା କରିବା ସହ ଓଡ଼ିଶା ଜଣେ ସାହିତ୍ୟ ସଂସ୍କୃତି ଜଗତର ଉଜ୍ଜ୍ୱଳ ତ୍ୟୋତିଷ୍କଙ୍କୁ ହରାଇଲା ବୋଲି କହିବା ସହ ପରଲୋକଗତ ଆତ୍ମାର ଶାନ୍ତି କାମନା କରିଛନ୍ତି । ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ତଥା ପୂଜ୍ୟ ପ୍ରଣାମ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଅନୁରୂପ ଭାବେ ଶୋକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ