ଶିକ୍ଷକ ପଦବୀ ନିମନ୍ତେ ସାର୍ଟିଫିକେଟ ଯାଞ୍ଚ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷକ ପଦବୀ ନିମନ୍ତେ ସାର୍ଟିଫିକେଟକ ଯାଞ୍ଚ କାର୍ଯ୍ୟକ୍ରମ ହେଉଛି । ଏହି କାର୍ଯ୍ୟକ୍ରମ ଆସନ୍ତା କାଲିପର୍ଯ୍ୟନ୍ତ ଜାରି ରହିବ । ଆଜି ପ୍ରଥମ ଦିନରେ ଏମ୍‌ପିସି ବିଷବସ୍ତୁରେ ପାସ ହୋଇଥିବା ୧୪୦ ପ୍ରାର୍ଥୀପ୍ରାର୍ଥିନୀଙ୍କ ସାର୍ଟିଫିକେଟ ଯାଞ୍ଚ ହୋଇଥିଲା । ଏଥି ନିମନ୍ତେ ମୋଟ ୭ଗୋଟି ପଦବୀ ରହିଛି । ସେହିପରି ଆସନ୍ତା କାଲି ସିବିଜେଡ୍‌ର ୬୮ଜଣ ପ୍ରାର୍ଥୀପ୍ରାର୍ଥିନୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ଯାଞ୍ଚ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ଯାଞ୍ଚ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ