ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ଅଭିଯାନ : ଜାରିରଖିଛି କୁଜଙ୍ଗ ବନବିଭାଗ

ଜଗତସିଂହପୁର, (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବନବିଭାଗ ଅଧିନ ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିଯୋରୀ ଠାରେ ଥିବା ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ଅଭିଯାନ ଜୋରଦାର ହେବାର ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ବାଲିକୁଦାର ବାଲିଯୋରି ବନ ବିଭାଗ ଅଧିନରେ ପାଞ୍ଚ ଏକର ଜଙ୍ଗଲ କିସମ ଜମିରେ କେତେକ ଅମାନିଆ ବହୁଦିନରୁ ଚିଙ୍ଗୁଡି ଘେରି କରି ଭଲରକମର ମୁନାଫା ନେଉଥିବାର ଅଭିଯୋଗ ହେଉଥିଲା । ଜଗତସିଂହପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୁଜଙ୍ଗ ବନବିଭାଗ ମୁଖ୍ୟ ଅଧିକାରୀ ରଂଜନ କୁମାର ମିଶ୍ର ପୋଲିସ ସହାୟତାରେ ଘେରିବନ୍ଧ ଉଚ୍ଛେଦ ଅଭିଯାନ ଆରମ୍ଭ କରି ସମଗ୍ର ଅଞ୍ଚଳର ସୁନାମ ସାଉଟିଛନ୍ତି । କାରଣ ଦୀର୍ଘ ଦିନ ଧରି ଏହି ବେଆଇନ ଚିଙ୍ଗୁଡ଼ି ଘେରିବନ୍ଧ ଉଠାଇ ସବୁଜିମା ଜଙ୍ଗଲ ସୃଷ୍ଟି ହେବ । ଅନ୍ୟପକ୍ଷରେ ଦାଲିଯୋରି ଜଙ୍ଗଲରେ ଥିବା ମୂଲ୍ୟବାନ ଗଛକୁ କାଠମାଫିଆ କାଟି ଦେବୀନଦୀ ପଟେ ଡଙ୍ଗାଦ୍ବରା ଅସ୍ତରଙ୍ଗ ନେଇଯିବାର ଅଭିଯୋଗ ହେଉଛି । କାରଣ ବାଲିଯୋରି ବନବିଭାଗ ଉପଖଣ୍ଡର କର୍ମଚାରୀଙ୍କ ଅଭାବ ଜନିତ ଏସବୁ ଚୋରାଚାଲାଣ ବଢୁଥିବା ଅଭିଯୋଗ ହେଉଛି । ଏଥିପ୍ରତି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରେ ଆଲୋଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ