ବ୍ଲକ ଜୀବିକା ମିଶନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ସିଆରପି ଓ ଏମବିକେ ନିଯୁକ୍ତି ପାଇଁ ହୋଇପାରୁନି ବିଜ୍ଞାପନ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତରେ କାକଟପୁର ବ୍ଲକ ଜୀବିକା ମିଶନ ପକ୍ଷରୁ ସିଆରପି ଓ ଏମବିକେ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ କାକଟପୁର ବ୍ଲକ ବିଡିଓ, କାକଟପୁର ବ୍ଲକ ଅଧ୍ୟକ୍ଷଙ୍କୁ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ମହିଳା ସଂଗଠନ, ଶିକ୍ଷାବିତ ଓ ସମାଜସେବୀ ମାନେ ଅଭିଯୋଗ କରିବା ସହ ଟ୍ବିଟର ଯୋଗେ ଓଡିଶା ଜୀବିକା ମିଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ମିଶନଶକ୍ତି ନିର୍ଦ୍ଦେଶିକା, ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଖବରରୁ ପ୍ରକାଶ ଯେ ମିଶନଶକ୍ତି ନିର୍ଦ୍ଦେଶିକା ତଥା ଓଡିଶା ଜୀବିକା ମିଶନର ମୁଖ୍ୟ କାର୍ଯ୍ୟନିର୍ବାହୀ, ପୁରୀ ଜିଲ୍ଲାପାଳ, ଜିଲ୍ଳା ପ୍ରକଳ୍ପ ନିର୍ଦ୍ଦେଶକ ଓ କାକଟପୁର ବିଡିଓ ଙ୍କୁ ଅଭିଯୋଗ ହେବା ପରେ ବେଆଇନ ଭାବେ କରାଯାଇଥିବା ନୋଟିଫିକେସନ କୁ ଅସିଦ୍ଧ ଘୋଷଣା କରିବା ସହ ପୁନଃ କାଦୁଆନୂଆଗାଁ ଗ୍ରାମପଞ୍ଚାୟତରେ ସିଆରପି ଓ ଏମବିକେ ନିଯୁକ୍ତି ପାଇଁ କାକଟପୁର ବିଡିଓ ବ୍ଲକ ଜୀବିକା ମିଶନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପୁନଃ ନୋଟିଫିକେସନ ସିଆରପି ଓ ଏମବିକେ ନିଯୁକ୍ତି ନିମନ୍ତେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବ୍ଲକ ଜୀବିକା ମିଶନ ଅଧିକାରୀ, କାଦୁଆନୂଆଗାଁ ଗ୍ରାମପଞ୍ଚାୟତ ଦାୟିତ୍ବରେ ଥିବା ସାଧନ କେନ୍ଦ୍ର ସଂଯୋଜକ ଏବଂ ଗ୍ରାମ ପଞ୍ଚାୟତ ମହାସଂଘ ରାଧେ ରାଧେ ନ୍ୟାୟରେ କେବଳ ଏମବିକେ ନିଯୁକ୍ତି ପାଇଁ ବିଜ୍ଞାପନ ମାରିବା କେତେଦୂର ଆଇନ ସମ୍ମତ ତାହା ତଦନ୍ତ ସାପେକ୍ଷ । ଏହି ଗ୍ରାମପଞ୍ଚାୟତରେ ସିଆରପି ଓ ଏମବିକେ ନିଯୁକ୍ତି ପାଇଁ ପୁନଃ ବିଜ୍ଞାପନ ପ୍ରକାଶ କରିବା ନିର୍ଦ୍ଦେଶ ଦିଆଯାଇଥିଲା ବେଳେ କାହା ନିର୍ଦ୍ଦେଶରେ କାକଟପୁର ବ୍ଲକ ବିଡିଓଙ୍କ ନିର୍ଦ୍ଦେଶକୁ ବେଖାତିର କରି ଜଣେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜୀବିକା ମିଶନ ସଂଯୋଜକ ମହିଳା ମହାସଂଘ କର୍ମକର୍ତ୍ତା ମାନଙ୍କ ପ୍ରରୋଚନାରେ ପଡି ବେଆଇନ ଭାବେ ପୁର୍ନବାର ଏମବିକେ ନିଯୁକ୍ତି ପାଇଁ ୭ଦିନ ପରିବର୍ତ୍ତେ ୫ ଦିନ ନୋଟିସ ଦେବା କେତେଦୂର ଆଇନ ସମ୍ମତ ତାହାର ବିଧିବଦ୍ଧ ତଦନ୍ତ କରିବା ପାଇଁ ମହିଳା ସଂଗଠନ ପକ୍ଷରୁ ଦାବି ହେଉଛି । ଏ ନେଇ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ମହିଳା ସଂଗଠନର ସଦସ୍ୟା ସନ୍ଧ୍ୟାରାଣୀ ନାୟକ, ତନୁଲତା ବିଶ୍ଵାଳ, ଉର୍ମିଳା ନାୟକ, ମୀନତି ନାୟକ, ଟୁକୁନି ବରାଳ, ପୁଷ୍ପାରାଣୀ ନାୟକ, ସାବିତ୍ରୀ ବାରିକ, ମନପ୍ରିୟା ବାରିକ ସମେତ କାଦୁଆନୂଆଗାଁ ବିକାଶ ପରିଷଦର ସଭାପତି ଭାଗିରଥି ସ୍ବାଇଁ ପ୍ରମୁଖ ଓଡିଶା ଜୀବିକା ମିଶନର ମୁଖ୍ୟ କାର୍ଯ୍ୟନିର୍ବାହୀ, ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ କାକଟପୁର ବ୍ଲକ ବିଡିଓଙ୍କୁ କାଦୁଆନୂଆଗାଁ ଗ୍ରାମପଞ୍ଚାୟତରେ ସିଆରପି ଓ ଏମବିକେ ନିଯୁକ୍ତି ପାଇଁ ପୁନଃ ୧୫ ଦିନିଆ ନୋଟିଫିକେସନ କରି ଏହି ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବ୍ଲକ ଜୀବିକାମିଶନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି। ଏ ସମ୍ବନ୍ଧରେ କାକଟପୁର ବ୍ଲକ ବିଡିଓ ଡାଃ ତୁସାର ଜ୍ୟୋତି ରଞ୍ଜନଙ୍କୁ ପଚାରିବାରେ ସେ କୁହନ୍ତି କାଦୁଆ ନୂଆଗାଁ ଗ୍ରାମପଞ୍ଚାୟତ ରେ ସିଆରପି ଓ ଏମବିକେ ନିଯୁକ୍ତି ନିମନ୍ତେ ପୁର୍ନବାର ବିଜ୍ଞାପନ କରିବା ପାଇଁ ବ୍ଲକ ଜୀବିକା ମିଶନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି I ଯଦି ଆଇନ ଅନୁଯାୟୀ ବିଜ୍ଞାପନ କରାନଯାଏ ପୁର୍ନବାର ଅଭିଯୋଗ ଆଧାରରେ ବିଜ୍ଞାପନ ମାଧ୍ୟମରେ ଏହି ନିଯୁକ୍ତି ପ୍ରକ୍ରିୟା କରାଯିବ ବୋଲି ପ୍ରକାଶ କରିଛନ୍ତି ।


