ଭରସାମ୍ୟ ହରାଇ ବାଇକ ଦୁର୍ଘଟଣା : ଦୁଇ ଗୁରୁତର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା  ସଦର ଥାନା ଅନ୍ତର୍ଗତ କୁମୁରିଗୁଡା ନାଳ ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଫୁଲବାଣୀ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ  କରାଯାଇ ଚିକିତ୍ସା କରାଯାଉଛି । ଆହତ ମାନେ ହେଲେ ଫିରିଙ୍ଗିଆ ଥାନା ରତଙ୍ଗ ପଂଚାୟତ ସେସ୍କାଯୋଡି ଗ୍ରାମର ଶଙ୍କର  ଦିଗାଲ ଓ ମାଣିଯୋଡା ଗ୍ରାମର ଗୁରୁଦେବ ମଲିକ। ସୂଚନା ଅନୁଯାୟୀ ଶଙ୍କର  ଓ ଗୁରୁଦେବ  କୌଣସି କାର୍ଯ୍ୟରେ ଏକ ବାଇକ(ନଂ ଓଆର ୦୨ ବିକ୍ୟୂ ୮୮୬୮) ରେ ଫୁଲବାଣୀ ଆଡକୁ ଆସୁଥିବା ବେଳେ କୁମୁରିଗୁଡା ପୋଲ ନିକଟରେ ଗାଡି ଭାରସାମ୍ୟ ହରାଇ ରାସ୍ତା କଡ ଏକ ଗଛରେ ବାଡେଇ ହୋଇ ଯାଇଥିଲା । ଉଭୟ ଆହତ ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିବା ବେଳେ ସେହି ରାସ୍ତା ଦେଇ ଫିରିଙ୍ଗିଆରୁ ଫେରୁଥିବା ଗୋଚ୍ଛାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ ପ୍ରଶାନ୍ତ କୁାମର ସାହୁ ତାଙ୍କୁ ଦେଖି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଫୁଲବାଣୀରୁ ଆମ୍ବୁଲାନସ ଆସି ଆହତ ମାନଙ୍କୁ ନେଇ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଦୁଇ ଜଣଙ୍କ ମଧ୍ୟରୁ ବାଇକ ଚାଳକ ଗୁରୁଦେବଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଶଙ୍କର  ଏବେ ଏଠାରେ ଚିକିତ୍ସାଧୀନ ଅଛନ୍ତି । ସଦର ଥାନାକୁ ଖବର ଦିଆ ଯିବରେ ଏସଆଇ ଯୁଗଳ କିଶୋର ନାୟକ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡିିକୁ ଜବତ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ