ବିସିଇଟିରେ କ୍ୟାମ୍ପସ ଚୟନ ପ୍ରକ୍ରିୟା
ବାଲେଶ୍ୱର, (ସରୋଜ ପଣ୍ଡା) :ସେରଗଡ଼ ସ୍ଥିତ ବାଲେଶ୍ୱର କଲେଜ ଅଫ ଇଞ୍ଜିନିୟରି ଏଣ୍ଡ ଟେକ୍ନୋଲୋଜି (ବିସିଇଟି)ରେ ପୁଣେ ସ୍ଥିତ ଆର୍ନ୍ତଜାତୀୟ କମ୍ପାନୀ ରୋଞ୍ଚ ପଲିମର୍ସ ପ୍ରାଇଭେଟ୍ ଲିମିଟେଡ଼୍ ଦ୍ୱାରା କ୍ୟାମ୍ପାସ୍ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି । କମ୍ପାନୀର ମାନବ ସମ୍ବଳ ଅଧିକାରୀ ଶୁଭଲକ୍ଷ୍ମୀ ତ୍ରିପାଠୀ ଏବଂ ବୈଷୟିକ ମୁଖ୍ୟ ଅଂଶୁମାନ ପଣ୍ଡା ଯୋଗଦେଇ ବିଭିନ୍ନ ବିଭାଗରୁ ୨୨ଜଣ ଛାତ୍ର ଛାତ୍ରୀଙ୍କୁ ମନୋନୀତ କରି ନିଯୁକ୍ତି ପତ୍ର ଦେଇଛନ୍ତି । ଅନୁଷ୍ଠାନର ତାଲିମ ଓ ନିଯୁକ୍ତି ବିଭାଗୀୟ ମୁଖ୍ୟ ତଥା ଉପ-ନିର୍ଦ୍ଦେଶକ ଶୁଭ୍ରାଂଶୁ ଶେଖର ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉପରୋକ୍ତ କ୍ୟାମ୍ପସ ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନିତ ହୋଇଥିଲା । ପ୍ରକାଶ ଥାଉକି ଚଳିତ ଶିକ୍ଷା ବର୍ଷରେ କ୍ୟାମ୍ପସ ଚୟନ ମାଧ୍ୟମରେ ୧୮ଗୋଟି ଜାତୀୟ ଏବଂ ଆନ୍ତର୍ଜାତୀୟ କମ୍ପାନୀ ଦ୍ୱାରା ୧୨୮ଜଣ ଛାତ୍ର ଛାତ୍ରୀ ନିଯୁକ୍ତି ପାଇଛନ୍ତି । ଅନୁଷ୍ଠାନର ସଭାପତି ଡ. ମନ୍ମଥ କୁମାର ବିଶ୍ୱାଳ, ନିର୍ଦ୍ଦେଶକ ଡ. ଶରତ କୁମାର ମିଶ୍ର, ଅଧ୍ୟକ୍ଷ ଡ. ଶିବେନ୍ଦ୍ର କୁମାର ଘରାଇ, ଉପାଧ୍ୟକ୍ଷ ଇଂ ମିଥୁନ କୁମାର କରଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା କ୍ୟାମ୍ପସ ନିଯୁକ୍ତିରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ କମ୍ପାନୀ ସମୂହଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।


