ସ୍କୁଲ ବସ ସେବା ଆରମ୍ଭ ଉଦ୍ୟମ ପାଇଁ ସରଖେଲଙ୍କ ସଂଗଠନକୁ ପ୍ରଶଂସା

ପାରାଦୀପ, (ପୀତବାସ ପ୍ରଧାନ) :-ନିକଟ ଅତିତରେ ପାରାଦୀପ ପୌର ନିର୍ବାଚନରେ ସର୍ବାଧିକ ସ୍ୱାଧିୀନ ପାରିଷଦ ବିଜୟୀ ହୋଇଥିବା ଆମ ପାରାଦୀପ ଆମ ପ୍ରଗତୀ ସଂଗଠନ ସେତେବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହି ସଂଗଠନର ପ୍ରତିଷ୍ଠାତା ବିଶିଷ୍ଟ ଶ୍ରମିକ ନେତା ତଥା ରାଜନେତା ଅରିନ୍ଦମ ସରଖେଲ(ବାପି) ଏବଂ ତାଙ୍କ ପ୍ରାର୍ଥୀମାନେ ବିଜୟ ଲାଭ କଲେ ସ୍ଥାନୀୟ ସମସ୍ୟା ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ସାଧାରଣତଃ ନିର୍ବାଚନ ସମୟରେ ପ୍ରାର୍ଥୀ ମାନେ ବିଭିନ୍ନ ପ୍ରତିଶୃତି ଦେଇ ନିର୍ବାଚନ ପରେ ଏହାକୁ ପାଶୋରି ଯାଇଥାନ୍ତି । କିନ୍ତୁ ପୌର ନିର୍ବାଚନ ପରେ ସରଖେଲଙ୍କ ସମେତ ସ୍ୱାଧିନ ପ୍ରାର୍ଥୀ ମାନେ ବିଭିନ୍ନ ୱାର୍ଡ ବୁଲି ସମସ୍ୟା ସମାଧାନ ଦିଗରେ ସେମାନଙ୍କ ପ୍ରଚେଷ୍ଟା ଜାରି ରଖିଥିବା ଦେଖିବାକୁ ମିଳୁଛି । ତେବେ ପାରାଦୀପ ପୌରାଂଚଳର ମୁଖ୍ୟ ସମସ୍ୟା ହେଲା ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା । ଏହାର ସମାଧାନ ଦିଗରେ ପୌରାଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଏହି ସମସ୍ୟାର ନରାକରଣ ଦିଗରେ ପ୍ରଚେଷ୍ଟା ଜାରି ରହିଥିବା ଜଣାପଡିଛି । ସେହିପରି ଦୀର୍ଘବର୍ଷ ହେବ ନେହେରୁବଙ୍ଗଳାରୁ ବଡପଡିଆ ପର୍ଯ୍ୟନ୍ତ ସ୍କୁଲ ବସ ସେବା ନଥିବାରୁ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢିବାରେ ସମସ୍ୟା ସୃଷ୍ଟି ହେଉଥିଲା ଏବଂ ଏହା ସେତେବେଳେ ଆମ ପାରାଦୀପ ଆମ ପ୍ରଗତୀ ପ୍ରାର୍ଥୀଙ୍କ ମୁଖ୍ୟ ନିର୍ବାଚନୀ ପ୍ରତିଶୃତି ଥିଲା । ତେବେ ସରଖେଲଙ୍କ ଉଦ୍ୟମ ଫଳରେ ପାରାଦୀପ ବନ୍ଦର ପକ୍ଷରୁ ସ୍କୁଲ ପିଲାଙ୍କ ପାଇଁ ଏବେ ବସ ସେବା ଆରମ୍ଭ ହୋଇଛି । ଏହିପରି ବିଭିନ୍ନ ସାମାଜିକ ଓ ଜନମଙ୍ଗଳ କାର୍ଯ୍ୟ ପାଇଁ ବାପି ସରଖେଲ ଏବଂ ତାଙ୍କ ସ୍ୱାଧିୀନ ପାରିଷଦ ମାନଙ୍କୁ ସାଧାରଣରେ ବେସ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ