ରକ୍ତଦାନ କରି ବିବାହ ବାର୍ଷିକ ପାଳିଲେ ସ୍ୱେଚ୍ଛାସେବୀ

ହାଟଡିହି, (ବିକାଶ ବିଶ୍ୱାଳ) :-ଅନେକ ଲୋକ ଭିନ୍ନ ଭିନ୍ନ ଉପାୟରେ ନିଜ ନିଜର ଜନ୍ମଦିନ ଓ ବିବାହ ବାର୍ଷିକ ପାଳନ କରୁଥିବାବେଳେ ଜଣେ ନିଆରା ବ୍ୟକ୍ତିତ୍ୱ ଭାବେ ଜଣେ ସ୍ୱେଚ୍ଛାସେବୀ ନିଜର ସପ୍ତମ ବିବାହ ବାର୍ଷିକକୁ ରକ୍ତଦାନ କରି ପାଳନ କରିଛନ୍ତି । ସପେଟିଭ ହ୍ୟାଣ୍ଡର ପ୍ରତିଷ୍ଠାତା ବିଶ୍ୱଜିତ ଦାସ ସବୁବେଳେ କିଛି ନା କିଛି ନିଆରା କାର୍ଯ୍ୟ ପାଇଁ ହାଟଡିହି ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥିବାବେଳେ ଆଜି ନିଜର ୭ମ ବିବାହ ବାର୍ଷିକ ଉତ୍ସବକୁ ଆନନ୍ଦପୁର ରକ୍ତ ଭଣ୍ଡାରରେ ରକ୍ତଦାନ କରି ପାଳନ କରିଛନ୍ତି । ସେ ଏହାକୁ ଲଗାଇ ୨୩ଥର ରକ୍ତଦାନ କଲେଣି । ସେ ମଧ୍ୟ ନିଜ ପୁଅର ଜନ୍ମ ଦିନ ମାନଙ୍କରେ ରକ୍ତଦାନ ଶିବିର ଆୟୋଜନ କରି ଚର୍ଚ୍ଚାରେ ରହି ଆସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ