ଜାଗ୍ରତଗୌରୀଙ୍କ ପବିତ୍ର ପୀଠରେ ସମବାୟ ନିର୍ବାଚନ ନିମନ୍ତେ ବୈଠକ

ଜଗତସିଂହପୁର, (ଅନସୂୟା ରାଉତ) :-ଆଜି ଅପରାହ୍ନରେ ଢାଲିକୁଦା ବ୍ଲକ ଅନ୍ତର୍ଗତ ଅଳାଭର ପଞ୍ଚାୟତ ମା ଜାଗ୍ରତଗୌରୀଙ୍କ ପବିତ୍ର ପୀଠରେ ସମିତିସଭ୍ୟ ହରିଶଚନ୍ଦ୍ର ଶତପଥୀଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀଯୁକ୍ତ ଶତପଥୀଙ୍କ ଶତାଧିକ ସମର୍ଥକ ଏହି ବୈଠକରେ ଯୋଗ ଦେଇଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ଶତପଥୀଙ୍କୁ ସଭ୍ୟ ପଦପାଇଁ ଟିକେଟ ଦିଆଯାଇ ନଥିଲା । ସେ ଅଳାଭର ପଞ୍ଚାୟତରୁ ସ୍ୱାଧୀନ ପ୍ରାର୍ଥୀ ପତ୍ର ଦାଖଲ କରିଥଲେ । ଏଣୁ ତାଙ୍କୁ ବିଜେଡିରୁ ବରଖାସ୍ତ କରାଯାଇଥିଲା । ଶ୍ରୀଯୁକ୍ତ ଶତପଥୀ ନିର୍ବାଚନରେ ବିଜୟୀ ହୋଇଥିଲେ । ଆଜିମଧ୍ୟ ସେ ବିଜେଡିର ସମ୍ମାନ ପାଇଁ କାର୍ଯ୍ୟ କରୁଛନ୍ତି । ବାଲିକୁଦାର ବିଜେଡି ତାଙ୍କୁ କୌଣସି ପ୍ରକାର ସାଂଗଠନିକ କାର୍ଯ୍ୟକ୍ରମରେ ଡାକୁନଥିବା କଥା ଶତପଥୀ ଦୁଃଖର ସହ ନିଜ ପଂଚାୟତର କର୍ମୀମାନଙ୍କୁ କହିଥିଲେ । ଯଦି ଦଳର ମୁଖିଆ ଆଗାମୀ ସମବାୟ ନିର୍ବାଚନ ରେ ଶ୍ରୀଯୁକ୍ତ ଶତପଥୀଙ୍କୁ ଅଣଦେଖା କରନ୍ତି ତେବେ ସେ ସ୍ୱତନ୍ତ୍ର ଭାବେ ନିର୍ବାଚନ ଲଢିବେ ବୈଠକରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ