ଛତ୍ରପୁର ଠାରେ ବୁଦ୍ଧ ଜୟନ୍ତୀ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ବୁଦ୍ଧ ଜୟନ୍ତୀ ପାଳିତ ହୋଇଯାଇଛି । ସଭାପତି କାଳୁ ଚରଣ ନାୟକଙ୍କ ତତ୍ୱାବଧାନରେ ଆଜି ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ଠାରେ ଥିବା ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ସଂଗଠନର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଜଗନ୍ନାଥ ଦାସ, ଲିଙ୍ଗରାଜ ନାୟକ, ଶ୍ରୀହରିନାୟକ, ସିମାଂଚଳ ନାୟକ, କୃଷ୍ଣ ବେହେରା, ନିରଞ୍ଜନ ରାଉଳ, ସଙ୍ଗୀତା ଦାସ, ମଙ୍ଗୁଳୀ ଦାସ, ମଧୂସୁଦନ ରାଓଙ୍କ ସମେତ ବହୁ ବୁଦ୍ଧିଜିବୀ ମାନେ ଉପସ୍ଥିତ ରହିଥିଲେ ।


