ବିପ୍ଳବୀ ଆନନ୍ଦ ଜେନା ସ୍ମୃତି କମିଟି ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ମେ୨୬ରେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଚଳିତ ମଇ ମାସ ୨୬ ତାରିଖ ସକାଳେ କେନ୍ଦ୍ରାପଡା ପୈାରସଂସ୍ଥା ଟାଉନହଲ ପରିସରରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେବ । ଏହି ଶିବିରରେ କେୟାର ହସ୍ପିଟାଲର ମୁଖ୍ୟ ଡାକ୍ତର ମହେନ୍ଦ୍ର କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ଡାକ୍ତରମାନେ ଯୋଗଦେଇ ଚିକିତ୍ସା ସେବା ଯୋଗାଇଦେବାକୁ ସ୍ଥିର କରାଯାଇଛି । ଏଣୁ ଏହି ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିରରେ ବିଭିନ୍ନ ରୋଗର ଚିକିତ୍ସା ନିମନ୍ତେ ମୋବାଇଲ ନଂ- ୮୪୮୦୪୩୩୬୯୫ ଓ ୯୧୭୮୩୫୧୬୦୧ରେ ଯୋଗାଯୋଗ କରିବା ନିମନ୍ତେ ସ୍ମୃତି କମିଟି ପକ୍ଷରୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ