ମନ୍ଦିର ଉନ୍ନତିକରଣ ନାଁରେ ଚାଲିଛି ଖୁଲମ୍‌ଖୁଲା ପିସି କାରବାର : ମାଙ୍କ ଟଙ୍କା ଖାଉଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମଚାରୀ

ଘଟଗାଁ, (ନାରାୟଣ ପଲେଇ) :-ବିଗତ ଦିନରେ ପ୍ରସିଦ୍ଧ ଶକ୍ତି ପିଠ ଘଟଗାଁ ମା ତାରିଣୀ ମନ୍ଦିରରେ ହେଉଥିବା ମାନଶିକ ନଡିଆ ଚୋରୀ ଘଟଣା ବିଭୀନ୍ନ ଗଣମାଧ୍ୟମରେ ପର୍ଦ୍ଦାଫାସ ହୋଇଥିଲା, ଆଉ ଏବେ ପୁଣି ଥରେ ଏକ ବଡ ଘୋଟାଲାର ତଥ୍ୟ ଲାଗିଛି ଆମ ହାତରେ । ମନ୍ଦିର ଟ୍ରଷ୍ଟ ବୋର୍ଡର କର୍ମଚାରୀ ମାନେ ବିଭିନ୍ନ ପନ୍ଥା ଆପଣେଇ ମାଙ୍କର ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଥିବାର ପ୍ରମାଣ ହସ୍ତଗତ ହୋଇଛି । ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥରୁ ମୋଟା ଅଙ୍କର ଚାନ୍ଦା ନେଇଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଭାପତି ଓ ତତ୍‌କାଳିନ କାର୍ଯ୍ୟନିର୍ବାହୀ ଅଧିକାରୀ, ଯାହା ଆମ ପାଖରେ ଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି । ବିଗତ ଦିନରେ ମା ତାରିଣୀଙ୍କ ମାନସିକ ନଡିଆ ଚୋରୀ ରେ ସମ୍ପୃକ୍ତ ଥାଇ ମଧ୍ୟ ମାମଲା ହାଇକୋର୍ଟରେ ବିଚାରଧିନ ଥିବାରୁ ବର୍ତମାନର ଟ୍ରଷ୍ଟ ବୋର୍ଡ ଦୁଇ ବର୍ଷ ବଦଳରେ ୬ବର୍ଷ ଦାୟୁତ୍ୱ ନେଲେଣି ଆଉ ଏହି ସୁଯୋଗରେ ଲୁଟି ଚାଲିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଅନ୍ୟ ପକ୍ଷରେ ଆମ ହାତରେ ସବୁ ପ୍ରମାଣ ଲାଗିବା ପରେ ଟ୍ରଷ୍ଟ ବୋର୍ଡ ସଭାପତି ନିଜ ଉପରୁ ଦୋଷ ଛଡାଇବାରେ ଲାଗି ପଡିଛନ୍ତି । ସମ୍ପୁର୍ଣ୍ଣ ଖବର ଅନୁଯାୟୀ, ପ୍ରସିଦ୍ଧ ଶକ୍ତି ପିଠ ଘଟଗାଁ ମା ତାରିଣୀ ମନ୍ଦିର , ମାର ମହିମାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ମାଙ୍କ ମନ୍ଦିରକୁ ମିଳିଥାଏ ଲକ୍ଷଲକ୍ଷ ଟଙ୍କା ଦାନ ଯେଉଁଥି ପାଇଁ ଆଜି ମା ତାରିଣୀଙ୍କର ସମ୍ପତି ୧୦୦କୋଟିରୁ ଉର୍ଦ୍ଧ । ସେଥିପାଇଁ ତ ରାଜ୍ୟର ଦ୍ୱିତୀୟ ଧନୀ ମନ୍ଦିର ଭାବେ ଘଟଗାଁ ମା ତାରିଣୀ ମନ୍ଦିରର ପରିଗଣିତ କରାଯାଇଥାଏ । ତେବେ ମାଙ୍କର ସେହି କୋଟି କୋଟି ଟଙ୍କାରୁ ଗତ ୨୦୧୯ ମସିହାରେ ୭୦ଲକ୍ଷର ବୟ୍ୟ ଅଟକଳ କରି ମନ୍ଦିର ସମ୍ମୁଖ ଭାଗ ପେବର୍ କାମ କରାଯାଇଛି, କିନ୍ତୁ ସବୁଠାରୁ ବଡକଥା ୃଏହି କାମରୁ ଟ୍ରଷ୍ଟବୋର୍ଡର ସଭାପତି ରାଜେନ୍ଦ୍ର ପଟ୍ଟନାୟକ ଓ ତତ୍‌କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ଆନନ୍ଦ ଚନ୍ଦ୍ର ସିଂ ମିଳିମିଶି ଲକ୍ଷାଧିକ ଟଙ୍କା ଲୁଟିଥିବା ଆମ ହାତରେ ଲାଗିଥିବା ଆର୍‌.ଟି.ଆଇ ତଥ୍ୟ ସ୍ପଷ୍ଟ କରୁଛି । ସରକାରଙ୍କ ନିୟମ ଅନୁଯାୟୀ ଯେକୌଣସି କାମର ବ୍ୟୟ ଅଟକଳ ୫ଲକ୍ଷରୁ ଅଧିକ ହେଉଥିଲେ ତାହା ଟେଣ୍ଡର ଡକାଯାଇ କାମ କରାଯିବାର ନିୟମ ରହିଛି ଏଠି କିନ୍ତୁ ସବୁ ନିୟମକୁ ବେଖାତିର କରି ୭୦ଲକ୍ଷର କାମକୁ କୋଟେସନ କଲ୍ ମାଧ୍ୟମରେ କେନ୍ଦୁଝରର ଟାଇଲ୍ସ ୱାଲର୍ଡ ନାମକ ସଂସ୍ଥା ଦ୍ୱାରା କରାଗଲା ଯାହା ମନ୍ଦିର କତୃପକ୍ଷଙ୍କ ମନ୍ଦ ଉଦ୍ଦେଶ୍ୟକୁ ସ୍ପଷ୍ଟ କରୁଛି । ଅନ୍ୟପକ୍ଷରେ ମନ୍ଦିର ଅର୍ଥରେ ଟାଇଲ୍ସ ୱାଲର୍ଡ ପେବର୍ କାମ କରି ଟଙ୍କା ଉଠାଇ ନେଲା କିନ୍ତୁ ଆମ ପାଖରେ ସୁଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଏହି କାମ ପାଇଁ ଟାଇଲ୍ସ ୱାର୍ଡ ଠାରୁ ୬ ଲକ୍ଷ ୬୦ ହଜାର ଟଙ୍କା ଲାଂଚ ନିଆଯାଇଛି । କାମ ଚାଲିଥିବା ସମୟରେ ଟାଇଲ୍ସ ୱାଲର୍ଡ ତତ୍ କାଳିନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନନ୍ଦ ଚନ୍ଦ୍ର ସିଂଙ୍କ ଏକ ମାତ୍ର ପୁଅ ସୁଭ୍ରାଶୁ ଶେଖର ସିଂଙ୍କ ଆକାଉଟଂକୁ ୧ଲକ୍ଷ ୭୦ହଜାର ଟଙ୍କା ଓ ଟ୍ରଷ୍ଟବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକଙ୍କ ଆକାଉଟଂକୁ ଦୁଇ ଥର ଯଥାକ୍ରମେ ୯୦ହଜାର ଓ ୪ଲକ୍ଷ ଟଙ୍କା ପଠାଇଥିବା ଜଣାପଡିଛି । ତେବେ ବିନା ଟେଣ୍ଡରରେ କାମ କରୁଥିବା ଠିକା ସଂସ୍ଥା ଏତେ ଟଙ୍କା ମନ୍ଦିର କତୃପକ୍ଷଙ୍କ ପର୍ସନାଲ ଆକାଉଟଂକୁ ପଠାଇବା ତାରିଣୀ ମନ୍ଦିରରେ ଚାଲିଥିବା ଦୁର୍ନିତିକୁ ସ୍ପଷ୍ଟ କରୁଛି । ବିଗତ ଦିନରେ ମା ତାରିଣୀଙ୍କ ମାନସିକ ନଡିଆ ଚୋରୀ ରେ ସମ୍ପୃକ୍ତ ଥାଇ ମଧ୍ୟ ମାମଲା ହାଇକୋର୍ଟରେ ବିଚାରଧିନ ଥିବାରୁ ବର୍ତମାନର ଟ୍ରଷ୍ଟ ବୋର୍ଡ ଦୁଇ ବର୍ଷ ବଦଳରେ ୬ବର୍ଷ ଦାୟୁତ୍ୱ ନେଲେଣି ଆଉ ଏହି ସୁଯୋଗରେ ଟ୍ରଷ୍ଟବୋର୍ଡର ସଦସ୍ୟ ମାନେ ଲୁଟି ଚାଲିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଅନ୍ୟ ପକ୍ଷରେ ଆମ ପାଖରେ ସବୁ ପ୍ରମାଣ ଲାଗିଥିବା ଜାଣିବା ପରେ ମନ୍ଦିରର କତୃପକ୍ଷ ଆମକୁ ଆଉ ଧରାଛୁଆଁ ଦେଇନଥିଲେ ।ତେବେ ବାରମ୍ବାର ମାଙ୍କ ସମ୍ପତିକୁ ଲୁଟ୍ କରି ଆଇନ୍‌ର ଗଳାବାଟରେ ଖସି ଯାଉଥିବା ଏହି ସବୁ ଦୁର୍ନିତିଖୋର୍ ଅଧିକାରୀ ମାନଙ୍କ ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏକ ବଡ ଧରଣର ଆନ୍ଦୋଳନ ହେବା ସ୍ପଷ୍ଟ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ