ସୁସାହିତ୍ୟିକ ଶ୍ରୀକାନ୍ତ ପଣ୍ଡାଙ୍କୁ ଗଳ୍ପଗଙ୍ଗା ସମ୍ମାନ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ବସନ୍ତିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଉଦୟନାଥ ପଣ୍ଡା ଓ ମାତା ବସନ୍ତ ମଞ୍ଜରୀ ଦେବୀଙ୍କ ପୁତ୍ର ଶ୍ରୀକାନ୍ତ ପଣ୍ଡାଙ୍କୁ ଗଳ୍ପଗଙ୍ଗା ସମ୍ମାନରେ ସମ୍ମାନୀତ କରାଯାଇଛି । ଅନୁଗୁଳସ୍ଥିତ ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ ଆନୁକୂଲ୍ୟରେ କଟକସ୍ଥିତ ସାରଳା ଭବନ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସମ୍ମିଳନୀରେ ପଦ୍ମଶ୍ରୀ ଡଃ.ଶ୍ୟାମାମଣୀ ଦେବୀ, ଚଳଚିତ୍ର ଅଭିନେତା କୁନା ତ୍ରିପାଠୀ, ଆଶୁ ବ୍ୟାଙ୍ଗ କବି ଜ୍ଞାନ ହୋତା ଓ ସୁସାହିତ୍ୟିକ ପ୍ରତିଭା ମହାରଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ତାଙ୍କୁ ଏହି ସମ୍ମାନ ମିଳିଥିଲା । ଶ୍ରୀ ପଣ୍ଡାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ