ଟାଟା ପାୱାର ର ମନମୁଖୀ କାର୍ଯ୍ୟ ପାଇଁ ପ୍ରତିବାଦ ସଭା

ଚୌଦ୍ଵାର, (ଦୀପକ କୁମାର ବେଉରା) :-କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ବଡ ବଜାର ପାଲା ମଣ୍ଡପ ରେ ଟାଟା ପାୱାର ମନମୁଖୀ କାର୍ଯ୍ୟ ବିରୋଧ ରେ ପ୍ରତିବାଦ ସଭା ପାଲିତ ହୋଇ ଯାଇଅଛି । ସାରା ରାଜ୍ୟ ରେ ଟାଟା ପାୱାର ଜନ ସାଧାରଣ ଙ୍କୁ କିଭଳି ଭାବେ ଶୋଷଣ ଓ ହଇରାଣ କରି ଆସୁଛି ଏହା କୁ ନେଇ ସାରା ରାଜ୍ୟରେ ବହୁ ପ୍ରତିବାଦ ଓ ଆନ୍ଦୋଳନ ର ସ୍ୱର୍ ଉଠି ସାରିଛି । ଏହି ପରିପ୍ରେକ୍ଷିରେ ରେ ଆଜି ଚୌଦ୍ୱାର ବଡବଜାର ପାଲା ମଣ୍ଡପ ଠାରେ ଟାଟା ପାୱାର ବିରୋଧ ରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏହି ସଭା ରେ ଚୌଦ୍ୱାର ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ ର ସଭାପତି ଜୟ ସିଂ, ସିପିଆଇଏମ୍ କଟକ ଜିଲ୍ଲା ରସଭାପତି ବଦ୍ରିନାରାୟଣ ଦାସ, ୪ ନମ୍ବର ୱାର୍ଡ କାଉନସିଲର ଅଜୟ କୁମାର ବେହେରା, କଂଗ୍ରେସ ଦଳର ସଦସ୍ୟା ମୋନାଲିସା ଦାସ, ୨ନମ୍ବର ୱାର୍ଡ ର କାଉନସିଲର ସବିତା ମାହାଲି, ବିଷ୍ଣୁ ଚରଣ ସାହୁ, କଂଗ୍ରେସ ଦଳର ସମ୍ପାଦକ ହରିହର ପରିଡା, ପ୍ରମୋଦ କୁମାର ପଣ୍ଡା ଏହି ସଭା କୁ ପରିଚାଳିତ କରିଥିଲେ । ଟାଟା ପାୱାର ର କର୍ମଚାରି ଘରେ ପୁରୁଷ ଲୋକ ନଥିବା ସମୟ ରେ ଘରେ ପଶିବା ଲୋକ ଙ୍କ ଠାରୁ ଜୋର୍ ଜବରଦସ୍ତ ବକେୟାରାଶି ଆଦାୟ କରିବା ନ ଦେବାରୁ ଧମକ ଦେଇ ଲାଇନ କାଟିବା ଖରା ଦିନେ ବାରମ୍ବାର ଲାଇନ କାଟିବା , ମିଟର ଠିକ୍ ଥିଲେ ମଧ୍ୟ ଜୋର ଜବରଦସ୍ତ ନୂଆ ମିଟର ବସାଇବା ଏହି ପରି ଅଭିଯୋଗ ନେଇ ଶତାଧିକ ବିଦ୍ୟୁତ୍ ଉପଭୋକ୍ତା ମାନେ ଏହି ସଭା ରେ ଯୋଗ ଦେଇଥିଲେ । ଆଗକୁ ଯଦି ଟାଟା ପାୱାର ତାର ମନ ମୁଖି କାର୍ଯ୍ୟ କୁ ରୋକ ନ ଲଗାଏ ଚୌଦ୍ୱାର ବାସି ରାଜରାସ୍ତା ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ