ପୁଣି ମାତିଲେ ଲୁଟେରା : ମହିଳାଙ୍କ ବେକରୁ ସୁନା ହାର ଓ ଚେନ ଝାମ୍ପି ନେଲେ ଦୁର୍ବୁତ୍ତ

ଛତ୍ରପୁର, (ଦେବଦତ୍ତ ମହାରଣା) :-କିଛି ଦିନର ନିରବତା ପରେ ଛତ୍ରପୁର ସହରରେ ପୁଣି ମାତିଲେ ଚେନ ଲୁଟେରା । ଆଜି ସ୍ପଷ୍ଠ ଦିବାଲୋକରେ ବାଇକରେ କିଛି ଦୁର୍ବୁତ୍ତ ଆସି ଆଖି ପିଛୁଳାକେ ମହିଳାଙ୍କ ବେକରୁ ସୁନା ହାର ଓ ଚେନ ଝାମ୍ପି ନେଲେ ଲୁଟେରା । ଛତ୍ରପୁର ଥାନା ଅଧିନ ବ୍ୟାରେକ ସାହି ଗଣେଷ ମନ୍ଦିର ନିକଟରେ ଘଟିଛି ଏହି ଲୁଟ ଘଟଣା । ଆଉ ଏହି ଲୁଟର ଶିକାର ହୋଇଛନ୍ତି ରାମକୃଷ୍ଣ ନଗର ର ପିଙ୍କି କୁମାରୀ ସାହୁ । ସୂଚନା ଅନୁଯାୟୀ ପିଙ୍କି ତାଙ୍କ ପୁଅ ଓ ଝିଅଙ୍କ ସହ ଏକ ଭୋଜି ଖାଇବାକୁ ଚାଲି ଚାଲି ଯାଉଥିବା ବେଳେ ବ୍ୟାରେକ ସାହି ଗଣେଷ ମନ୍ଦିର ନିକଟରେ ବାଇକ ରେ କିଛୀ ଦୁର୍ବୁତ୍ତ ଆସି ପିଙ୍କିଙ୍କ ବେକରୁ ସୁନା ହାର ଓ ଚେନ ଝାମ୍ପି ଫେରାର ହୋଇଯାଇଥିଲେ । ସୁନା ହାରଟି ପାଖାପାଖି ତିନି ତୋଳା ହୋଇଥିବା ପିଙ୍କି ଅଭିଯୋଗ କରିଛନ୍ତି । ଘଟଣାର ଖବର ପାଇ ଛତ୍ରପୁର ଏସଡିପିଓ ଗୌତମ କିସାନ, ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ସବ ଇନସିପେକ୍ଟର ସିଲୁ ଧଳ ଘଟଣା ସ୍ଥଳରେ ପହଂଚି ଆଖପାଖ ଅଂଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଂଚ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଗତ ୧୨ ତାରିଖରେ ଛତ୍ରପୁର ସହରରେ ଏଭଳି ଏକ ଲୁଟ ଘଟଣା ହୋଇଥିଲା । ଉକ୍ତ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନେ ଏ ପର୍ଯ୍ୟନ୍ତ ଧରା ପଡିନଥିବା ବେଳେ ଆଜି ଆଉ ଏକ ଲୁଟ ଘଟଣା ପୋଲିସ୍ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଠି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ