ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ୨୬ତମ ବାର୍ଷିକ ଉତ୍ସବ 

ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୨୬ତମ ବାର୍ଷିକ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଏହାକୁ ମୁଖ୍ୟ ଅତିଥି ଡଃ.ପ୍ରଫୁଲ୍ଲ କୁମାର ମହାନ୍ତି ( କୁଳପତି , ଖଲିକୋଟ ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁର) ଉଦଘାଟନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ସ୍ଵାଗତ ଭାଷଣ ପ୍ରଦାନ ପୂର୍ବକ ଅତିଥି ପରିଚୟ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ଅଧକ୍ଷତା କରିଥିଲା ବେଳେ ସମ୍ମାନିତ ଅତିଥି ଭାବରେ ଆଇଜର ବ୍ରହ୍ମପୁରର ଡାଇରେକ୍ଟର ପ୍ରଫେସର କେ ଭି ଆର ଚ୍ଯାରି ଏବଂ ଗୋଷ୍ଠି ଶିକ୍ଷାଧିକାରୀ, ଛତ୍ରପୁରର ସୀତାରାମ ପାତ୍ର ଅନୁଷ୍ଠାନର ସମ୍ପାଦକ ଓଡିଶା ହାଇକୋର୍ଟ ର ଆଇନଜୀବି ପଦ୍ମଚରଣ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ବରିଷ୍ଠ ଆଚାର୍ଯ୍ୟ ଟି.ସୁରେଶ କୁମାର ଆଚାରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସମ୍ପାଦକ ପଦ୍ମଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଏ.ରାବଣା ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହେଇଥିବା ବେଳେ ପରିଚାଳନା ସମିତିର ଉପସଭାପତି ଗୀତା ପାଢୀ , ସହ  ସମ୍ପାଦକ ଦିଲ୍ଲିପ କୁମାର ବେହେରା , ସଦସ୍ୟା ସୁନୀତା ସେଠୀ, ସଦସ୍ୟ  ରାମ ପ୍ରସାଦ ପଟ୍ଟନାୟକ ଯୋଗଦାନ କରିଥିଲେ । ଏହି ଅବସରରେ ମେଧାବୀ ଛାତ୍ରଛାତ୍ରୀ ଏବଂ କୃତୀ ପ୍ରତିଭାଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା  । ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ସମସ୍ତ ଗୁରୁଜୀ ଗୁରୁମା, ମଉସା ମାଉସୀ, ଶୁଭେଚ୍ଛୁ ଏବଂ ଆଭିଭାବକ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ