ଜିଲ୍ଲାସ୍ତରୀୟ ଯୋଗାଣ ସହାୟକଙ୍କ ସମାବେଶ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ନୁଆଁ ବୁରୁପୋଡ଼ା ପଂଚାୟତ ଶ୍ୟାମଳାଇ ମନ୍ଦିର ପରିସରରେ ରବିବାର ଜିଲ୍ଲାସ୍ତରୀୟ ଯୋଗାଣ ସହାୟକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସୁକାନ୍ତ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶିବ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତ ୨୦୧୬ ମସିହା ଠାରୁ ଗଞ୍ଜାମ ଜିଲ୍ଲାର ୨୨ ଟି ବ୍ଳକର ବିଭିନ୍ନ ପଂଚାୟତରେ କାର୍ଯ୍ୟରତ ଯୋଗାଣ ସମହାୟକଙ୍କ ସମସ୍ୟା ନେଇ ଆଲୋଚନା କରାଯାଇଥିଲା । ଚୁକ୍ତି ଭିତିରେ ନିଯୁକ୍ତି ପାଇଥିବା ଯୋଗାଣ ସହାୟକଙ୍କ ବିଭିନ୍ନ ସମସ୍ୟା ପ୍ରତି ନେତୃସ୍ତରୀୟ ଯୋଗାଣ ସହାୟକ ମାନେ ଉଦ୍ବେଗ ପ୍ରକାଶ କରିଥିଲେ । ସମାନ କାମକୁ ସମାନ ଦରମା, ସ୍ଥାୟୀ ନିଯୁକ୍ତି, ଯୋଗାଣ ସହାୟକଙ୍କ ନାମରେ ସାଧାରଣ ବଂଟନ ବ୍ୟବସ୍ଥାର ଲାଇସେନ୍ସ ପ୍ରଦାନ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସକାଶେ ଗୁରୁତ୍ୱାରୋପ କରାଯାଇଥିଲା । ଉକ୍ତ ସମାବେଶରେ ରୋହିତ ପ୍ରଧାନ, ପିଙ୍କି ମହାନ୍ତି, ଚିତ୍ରସେନ ସେଠି, ପ୍ରମୋଦ ଗୌଡ଼, ସୁନିଳ ଦାସ, ପ୍ରଶାନ୍ତ ନାୟକ ଜଗଦିଶ ସାହୁ, ଜିତେନ୍ଦ୍ର ନାହାକ, ଉତମ ସାହୁ, ମାନସ ପଣ୍ଡା, ଅଭିନାଶ ନାୟକ, ଶ୍ରୀକାନ୍ତ ନାୟକଙ୍କ ସମେତ ବିଭିନ୍ନ ବ୍ଳକର ୨ଶହରୁ ଉର୍ଦ୍ଧ୍ୱ ଯୋଗାଣ ସହାୟକ/ ସହାୟିକା ଉପସ୍ଥିତ ଥିଲେ ।