ସଚେତନତାନ ପାଇଁ ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚିତ୍ର ମହୋତ୍ସବ-୨୦୨୨
ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ସଡକ ସୁରକ୍ଷା ଆମ ଦେଶରେ ଚିନ୍ତାର ଏକ ପ୍ରମୁଖ କାରଣ । ବିଶ୍ୱରେ ସର୍ବାଧିକ ସଡକ ଦୁର୍ଘଟଣା ଭାରତରେ ସଂଗଠିତ ହୋଇଥାଏ । ଯାହା ଦ୍ୱାରା ବାର୍ଷିକ ଦେଢ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡୁଥିବା ବେଳେ ତିନି ଲକ୍ଷ ପଚାଶ ହଜାରରୁ ଊର୍ଦ୍ଧ୍ୱ ପଙ୍ଗୁ ଓ ଅକର୍ମଣ୍ୟ ପାଲଟି ଯାଊଚ୍ଥନ୍ତି । ଏଣୁ ଜନ ସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚିତ୍ର ମହୋତ୍ସବ-୨୦୨୨ ଆୟୋଜନ କରୁଚ୍ଥି, ଯାହା ସାରା ଦେଶରେ ପ୍ରଥମ । ସଡକ ସୁରକ୍ଷା ଊପରେ ସଚେତନତା ସୃଷ୍ଟି କରିବା ସହିତ ଦୁର୍ଘଟଣା ଏବଂ ମୃତ୍ୟୁ ହାରକୁ ହ୍ରାସ କରିବା ଏହି ମହୋତ୍ସବର ମୂଳ ଊଦ୍ଦେଶ୍ୟ । ଓଡିଶା ଏବଂ ସମଗ୍ର ଦେଶରେ ନିରାପଦ ଗତିଶୀଳତା ସମାଧାନ ପାଇଁ ଚଳଚିତ୍ର ଭିତ୍ତିକ ଅନୁଭୂତି ଏବଂ ଅନୁସନ୍ଧାନ ନିଶ୍ଚିତ ଭାବେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇପାରିବ । ଏହି କ୍ଷୁଦ୍ର ଚଳଚିତ୍ର ମହୋତ୍ସବ ଦୁଇଟି ବର୍ଗରେ ଯଥା- ଓଡିଆ ଏବଂ ଅଣ ଓଡିଆ ଭାଷାରେ କରାଯାଇପାରିବ । ଊତ୍ସବ ପାଇଁ ପ୍ରବେଶାଧିକାର ବର୍ତ୍ତମାନ ପାଇଁ ଊନ୍ମୁକ୍ତ ରହିଚ୍ଥି ଏବଂ ଆସନ୍ତା ଜୁନ୍ ମାସ ୩ ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯିବ । ବିଜେତାଙ୍କୁ ୪ ଲକ୍ଷ ଟଙ୍କାର ଅର୍ଥ ରାଶି ପୁରସ୍କାର ଆକାରରେ ଦିଆଯିବ । ଊକ୍ତ ଊତ୍ସବଟି ରାଊରକେଲା ଠାରେ ଜୁନ ୧୮ ଓ ୧୯ ତାରିଖରେ ଏବଂ ପୁରୀ ଠାରେ ଜୁନ୍ ୨୪ ଓ ୨୫ ତାରିଖରେ ହେବ ବୋଲି ପରିବହନ କମିଶନର, ଓଡିଶା ବିଭାଗୀୟ ପତ୍ର ମାଧ୍ୟମରେ ଅବଗତ କରିଚ୍ଥନ୍ତି । ସେଥିପାଇଁ ବ୍ୟାପକ ମାତ୍ରାରେ ପ୍ରଚାର, ପ୍ରସାର କରିବା ପାଇଁ ମୁଦ୍ରିତ, ବୈଦୁତିକ, ସାମାଜିକ ଗଣମାଧ୍ୟମ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କୁ ନିବେଦନ କରିଚ୍ଥନ୍ତି ।