ମଣିରତ୍ନମଙ୍କ ଫିଲ୍ମରେ ଐଶ୍ୱର୍ଯ୍ୟା
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମଙ୍କ ଯୋଡି ଅନେକ ବର୍ଷ ପରେ ପୁଣି ଥରେ ପରଦାରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ମଣିରତ୍ନମଙ୍କର ଆଗାମୀ ତାମିଲ ଫିଲ୍ମ “ପାନିୟନ୍ ସେଲଭନ୍’ ଦଶମ ଶତାବ୍ଦୀର ମହାନ୍ ସମ୍ରାଟ୍ ଅରୁଲମାଝି ବର୍ମନଙ୍କ ଜୀବନୀ ଉପରେ ଆଧାରିତ । ପାନିୟନ୍ ସେଲଭନ ୨୪ ଶହ ପୃଷ୍ଠାର କଲକି କୃଷ୍ଣମର୍ତ୍ତିଙ୍କ ଦ୍ୱାରା ଲିଖିତ ବିଂଶ ଶତାବ୍ଦୀର ଏକ ପ୍ରସିଦ୍ଧ ତାମିଲ ଐତିହାସିକ ଉପନ୍ୟାସ ଅଟେ । ଏହି ଐତିହାସିକ ଉପନ୍ୟାସ ୫ଟି ସଂସ୍କରଣରେ ଲେଖାଯାଇଛି, ଯାହା ଅରୁଲମାଝିଙ୍କର କାହାଣୀ ବର୍ଣ୍ଣନା କରୁଛି । ଏହି ପ୍ରୋଜେକ୍ଟକୁ ନେଇ ମଣିରତ୍ନମ ଦୀର୍ଘଦିନ ହେଲା ପ୍ରସ୍ତତ ହେଉଛନ୍ତି । ଏହି ବର୍ଷ ଶେଷ ସୁଦ୍ଧା ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାର ସମ୍ଭାବନା ଅଛି । ଐଶ୍ୱର୍ଯ୍ୟା ୧୯୯୭ରେ ମଣିରତ୍ନମଙ୍କ ତାମିଲ ଫିଲ୍ମ “ଇରୁବର’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହି ତାମିଲ ଫିଲ୍ମ ବ୍ୟତୀତ ମଣିରତ୍ନମ୍ଙ୍କର ହିନ୍ଦୀ ଫିଲ୍ମ “ରାବଣ’ ଓ “ଗୁରୁ’ ମଧ୍ୟ ଐଶ୍ୱର୍ଯ୍ୟା ତାଙ୍କ ସହିତ କାମ କରିଥିଲେ ।


