ବିପଦସଂକୁଳ ଗୃହରେ ଅଙ୍ଗନୱାଡି କେନ୍ଦ୍ର :ଉପନଗରପାଳ ଙ୍କ ପରିଦର୍ଶନ : ସମସ୍ୟା ସମାଧାନ ନିମନ୍ତେ ପ୍ରତିଶୃତି ଦେଲେ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ଆଜି ସକାଳ ୮ ଘଟିକା ସମୟରେ କରଞ୍ଜିଆ ଏନଏସି ୱାର୍ଡ ନଂ ୭ ର ଅଙ୍ଗନୱାଡି କେନ୍ଦ୍ର ଛାତ ରୁ ପ୍ଳାଷ୍ଟର ଖସୁଥିବା, ବର୍ଷାରେ ପାଣି ଝରୁଥିବା ଅଭିଯୋଗ ପାଈ କରଞ୍ଜିଆ ଏନଏସି ଉପନଗରପାଳ ଶ୍ରୀଯୁକ୍ତ ସ୍ୱରୂପ ପରିଜା ଓ ୱାର୍ଡ ନଂ ୭ କାଉନସିଲର ଶ୍ରୀମତୀ ସ୍ଵର୍ଣ୍ଣଲତା ଦାସ ଯାଇ ଅଙ୍ଗନୱାଡି କେନ୍ଦ୍ର ର ସ୍ଥିତି ଅନୁଧ୍ୟାନ କରିଥିଲେ । ଅଙ୍ଗନୱାଡି ଦିଦି ଉପନଗରପାଳ ଓ କାଉନସିଲର ଙ୍କୁ ଅଙ୍ଗନୱାଡି କେନ୍ଦ୍ରର ବିଭିନ୍ନ ସମସ୍ୟା ବାବଦରେ ଅବଗତ କରିଥିଲେ । କୁନି କୁନି ଛାତ୍ର ଛାତ୍ରୀ ଙ୍କ ସହିତ ପାଠପଢ଼ା ଓ ଦିଆଯାଉଥିବା ଖାଦ୍ୟ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପରେ ଉପନଗରପାଳ ଶ୍ରୀଯୁକ୍ତ ସ୍ୱରୂପ ପରିଜା ଦାୟିତ୍ୱରେ ଥିବା ଉପରିସ୍ଥ ଅଧିକାରୀ ଙ୍କୁ ସମସ୍ୟା ଅବଗତ କରାଇ ଯଥାଶୀଘ୍ର ସମସ୍ୟା ର ସମାଧାନ ପ୍ରତିଶୃତି ଦେଇଥିଲେ । ଉଲ୍ଲେଖ ଯୋଗ୍ୟ ଯେ ନିଜ ଦାୟିତ୍ୱ ନେବାପରେ ନବ ନିର୍ବାଚିତ ଏନଏସି ନଗରପାଳ ଓ ଉପନଗରପାଳ ବିଭିନ୍ନ ୱାର୍ଡ ଗସ୍ତ କରି ଲୋକଙ୍କ ସମସ୍ୟା ବାବଦ ରେ ଅବଗତ ହେବା ସହିତ ସେସବୁର ସମାଧାନ କରି ଲୋକଙ୍କ ପ୍ରଶଂସା ସାଉଣ୍ଟୁଥିବା ଦେଖିବାକୁ ମିଳୁଛି ।


