ବାଲ୍ୟ ବିବାହ ବନ୍ଦ ନିମନ୍ତେ ଆଗଧାଡିର କର୍ମୀଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ ଦୁଇ ଗୋଟି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଦୁଇଗୋଟି ପଞ୍ଚାୟତରେ, ଯଥା ନାରାୟଣପୁର ଓ ଜିରାଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ପଞ୍ଚାୟତ ଦ୍ଵୟରେ ସ୍ୱାସ୍ଥ୍ୟ ବିଭାଗ ର 119 ଜଣ ଆଶାକର୍ମୀ ଉପସ୍ଥିତ ରହିଥିଲେ  ଆକ୍ସନଆଡ୍ଡର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ସେମାନଙ୍କୁ ବାଲ୍ୟବିବାହ ବିଷୟ ବସ୍ତୁ ଉପରେ ଅବଗତ କରିବା ସହ ଆଗଧାଡିର କର୍ମକର୍ତ୍ତା ଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ଓ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶ୍ରୀ ମେହେର ବାଲ୍ୟ ବିବାହ ଦ୍ଵାରା ଶିଶୁ ର ଅଧିକାର କ୍ଷୁର୍ଣ୍ଣ ହୋଇଥାଏ, ଶିଶୁ ଟି ଉଚ୍ଚ ଶିକ୍ଷିତ ହେବାରେ ବଞ୍ଚିତ ହୋଇଥାଏ, ମାନସିକ ନିର୍ଯାତନା ର ଶିକାର ହୋଇଥଏ, ନିଜେ ନିସ୍ପତି ନେବାରୁ ବଞ୍ଚିତ ହୋଇ ଥାଏ ଓ ପରିବାର ର ସାମାଜିକ ଓ ଆର୍ଥିକ ସ୍ଥିତି ଦୃର୍ବଳ ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଅବଗତ କରେଇ ଥିଲେ l ଏହି ଅନ୍ଧବିଶ୍ୱାସକୁ ଦୂର କରିବା ନିମନ୍ତେ ସରକାର ୨୦୦୬ ମସିହାରୁ ବାଲ୍ୟବିବାହ ନିଷେଧ ଆଇନ ପ୍ରଣୟନ ହୋଇଛି l ଏହା ସହିତ ବାଲ୍ୟବିବାହ ହୋଇଥିବା ସ୍ଥାନ ଓ ବ୍ୟକ୍ତି ସଂମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଆଗୁଆ ତଥ୍ୟ ପ୍ରଦାନ କରିବା ନିମନ୍ତେ ଜଣାଇ ଦିଆଗଲା l ଗ୍ରାମରେ /ପରିବାରରେ ଶିଶୁମାନଙ୍କୁ କିପରି ସୁରକ୍ଷା ଯୋଗାଇବା, ଶିଶୁମାନଙ୍କର ମୌଳିକ ଅଧିକାରକୁ ବଜାଇ ରଖିବା ଆମର ଶିଶୁମାନଙ୍କୁ କିପରି ଯୌନ ନିର୍ଯ୍ୟାତନାରୁ ଶିକାରରୁ ସୁରକ୍ଷିତ ରଖିବା ସହିତ ଦକ୍ଷ ପିତାମାତା ପ୍ରସ୍ତୁତି ନିମନ୍ତେ ଦକ୍ଷତା ବୃଦ୍ଧି କରାଯାଇ ଥିଲା I ଆମ ଗ୍ରାମ /ପଞ୍ଚାୟତକୁ ଏକ ଆଦର୍ଶ ରୂପେ ପରିଣତ କରିବା ସହ ସଚେତନତା ସୃଷ୍ଟି କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ରିଶପା ଭୂୟାଁ (ସରପଞ୍ଚ, ଜୀରାଙ୍ଗ) ଆକ୍ସନଆଡ୍ଡର ବିଜୟ ପ୍ରଧାନ (ବ୍ଲକ ସଂଯୋଜକ), ଇନ୍ଧୁମତୀ ଦେବୀ, ଝରଣା କୁମ୍ଭ ଓ ମେଡିକାଲ ରୁ ଡାଃ ଶ୍ରୀ ଭୀମ ଶବର, (ଜିରାଙ୍ଗ ସିଏଚସି), ଡାଃ ଗୀତାଞ୍ଜାଳୀ ଶତପଥୀ, ଡାଃ ସାମନ୍ତ ରାଈ, ଦୀପକ ପାଣିଗ୍ରାହୀ , ଭାଗୀରଥୀ ନାୟକ (ଜୀରାଙ୍ଗ ମେଡିକାଲ ସୁପରଭାଇଜରଆଇ) ଓ ଏଏନ୍ଏମ୍ ମାନେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ