କାଳ ବୈଶାଖୀ ତାଣ୍ଡବ : ଭାଙ୍ଗିଲା ଗଛ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ଅଞ୍ଚଳ ଶନିବାର ସନ୍ଧ୍ୟା ସମୟରେ ଅଚାନକ ଜୋରଦାର ଝଡ ତୋଫାନ ବର୍ଷା ହୋଇଥିବା ଦେଖିବାକୁ ମିଳିଛି l ଦିନରେ ଭୀଷଣ ରୌଦ୍ର ତାପ ପ୍ରଭାବରେ ନିସ୍ତାର ନଥିବା ବେଳେ କାଳବୈଶାଖୀ ବର୍ଷା ହେବା ଫଳରେ କିଛି ଆଶ୍ୱସ୍ତି ମିଳିଥିବା ବେଳେ ଝଡ଼ ,ଭୀଷଣ ବର୍ଷା ହେବା ଫଳରେ କିଛି ସମୟ ରାସ୍ତା ଘାଟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।ସାନଖେମୁଣ୍ଡି ବ୍ଲକ ପାଟପୁର, ରାଧାଦେଇପୁର, ସିଙ୍ଗାପୁର, ପଳାଶପୁର, ଚୁଡ଼ଙ୍ଗପୁର, ଜିଉରା, ଗଙ୍ଗାପୁର ଆଦି ଅଂଚଳରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ପବନ ବହିବା ଜଣାଯାଇଛି। । ଅତ୍ୟଧିକ ମାତ୍ରାରେ ପବନ ବୋହିବା ଯୋଗୁଁ କେତକ ଯାଗାରେ ଟିଣ ସଂପୂର୍ଣ୍ଣ ଉଡାଇ ଦେଇଥିବା ବେଳେ, ସାପୁଆବସା ରେ ଚାଳ ଛପର ଉଡ଼ିଯାଇଛି।ବିଭିନ୍ନ ଯାଗାରେ ଗଛ ଗୁଡିକ ରାସ୍ତାରେ ପଡିଯାଇଥିବା ବେଳେ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଏହି କାଳ ବୈଶାଖୀ ତାଣ୍ଡବ ରେ ଅଞ୍ଚଳ ବାସି ପ୍ରଭାବିତ ହେବା ସହ ବହୁ କ୍ଷୟ କ୍ଷତି ହୋଇଥିବା ଦେଖିବାକୁ ମିଳିଛି ।