ଆଧ୍ୟାତ୍ମିକ ସନ୍ଧ୍ୟାରେ ” ମୋ ଭାରତ ସ୍ୱର୍ଣ୍ଣିମ ଭାରତ “

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଠାରେ ମଇ ୨୮ ତାରିଖ ଦିନ ଅନୁଷ୍ଠିତ ଆଧ୍ୟାତ୍ମିକ ସାଂସ୍କୃତିକ ସନ୍ଧ୍ୟା ର ” ମୋ ଭାରତ ସ୍ୱର୍ଣ୍ଣିମ ଭାରତ ” କାର୍ଯ୍ୟକ୍ରମକୁ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ଉଦଘାଟନ କରିଥିଲେ । ପ୍ରଜାପତି ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଓଁ ଶାନ୍ତି ଆଜାଦୀ କି ଅମୃତ ମହୋତ୍ସବ ଉପଲକ୍ଷେ ଆଧ୍ୟାତ୍ମିକ ସାଂସ୍କୃତିକ ସନ୍ଧ୍ୟାରେ ” ମୋ ଭାରତ ସ୍ୱର୍ଣ୍ଣିମ ଭାରତ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଭାରତ ର ସଂସ୍କୃତି ବିଷୟରେ ଆଲୋକପାତ କରିବା ସହ ଆଧ୍ୟାତ୍ମିକ ଚିନ୍ତାଧାରା ଦ୍ୱାରାହିଁ ଶାନ୍ତି ମିଳିପାରିବ ବୋଲି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବ୍ରହ୍ମ କୁମାରୀ ବିଷ୍ଣୁପ୍ରିୟା ଭଉଣୀ, ବ୍ରହ୍ମ କୁମାରୀ ସୌଦାମିନୀ ଭଉଣୀ, ଆଧ୍ୟାତ୍ମିକବାଦୀ ସମାଜସେବୀ ଇଂ ଲକ୍ଷ୍ମୀ ପ୍ରସାଦ ନାୟକ, ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ବାଲିପଦର ପୋଲିସ ଓଆଇସି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ପୂର୍ବତନ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ସମାଜସେବୀ କେ.ନୀଳମାଧବ ଆଚାରୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଓଁ ଶାନ୍ତି ସଙ୍ଗଠନର ବହୁ ଭଉଣୀ ଓ ଭାଇଙ୍କ ସମେତ ବହୁ ଜନସାଧାରଣ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ