ସଡ଼କ ଦୁର୍ଘଟଣାରେ ଯୁବ ଇଞ୍ଜିନିୟର୍ ମୃତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ସନ୍ଧ୍ୟା 5 ଟା ସମୟରେ ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ-ସୋରଡ଼ା ରାସ୍ତାର ମରେଇପାଟ ଛକରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟର୍ ପ୍ରାଣ ହରାଇଛନ୍ତି I ସୂଚନା ପ୍ରକାରେ ପ୍ରାଣ ହରାଇଥିବା ଯୁବକ ଜଣଙ୍କ ହେଉଛନ୍ତି କାଳିଆଗୁଡ଼ା ଗ୍ରାମର ଯୁବ ଇଞ୍ଜିନିୟର୍ ଦେବାଶିଷ୍ ପ୍ରଧାନ ଓରଫ୍ ଲିଟୁ (32) I ଦେବାଶିଷ୍ ବାଙ୍ଗାଲୁରୁରେ ଇଞ୍ଜିନିୟର୍ ଭାବେ ଚାକିରି କରୁଥିଲେ I ତାଙ୍କ ନିଜ ଗ୍ରାମ କାଳିଆଗୁଡ଼ା ହୋଇଥିଲେ ମଧ୍ୟ ସେ କିଛି ବର୍ଷ ହେବ ଗୋବରାରେ ରହି ଆସୁଥିଲେ I ସେ କିଛି ଦିନ ହେବ ଛୁଟିରେ ଆସିଥିବା ବେଳେ ଆଜି ସନ୍ଧ୍ୟାରେ ନିଜ ଗ୍ରାମ କାଳିଆଗୁଡ଼ାରୁ AP10BG1718 ନମ୍ବର୍ ବିଶିଷ୍ଟ ଏକ କାରରେ ଗୋବରା ଫେରୁଥିବା ସମୟରେ ମରେଇପାଟ ଛକରେ ଏକ ବରଗଛକୁ ଧକ୍କା ଦେଇଥିଲେ I ଫଳରେ ଘଟଣା ସ୍ଥଳରେ ହିଁ ଦେବାଶିଷଙ୍କର ମୃତ୍ୟୁ ଘଟିଥିଲା I ଘଟଣା ସମୟରେ ପଛରୁ ଆସୁଥିବା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ବଡ଼ବୋର୍ସିଂ ସରପଞ୍ଚ ଏସ୍ ରାମେଶ୍ୱର ପାତ୍ର ଘଟଣା ସ୍ଥଳରୁ ଦେବାଶୀଷକୁ ଉଦ୍ଧାର କରି ଆମ୍ବୁଲାନ୍ସ୍ ଯୋଗେ ଭଞ୍ଜନଗର ମେଡିକାଲ୍ କୁ ପଠାଇଥିଲେ I ଘଟଣା ସମ୍ପର୍କରେ ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି I


