କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବିରେ ସ୍ମାରକପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲାରେ କୃଷି ବିଶ୍ୱବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବି କ୍ରମଶଃ ତେଜିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ କୃଷି ବୈଜ୍ଞାନିକ, ଅବସରପ୍ରାପ୍ତ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ ବାଲେଶ୍ୱରର ବୁଦ୍ଧିଜୀବୀ ଓ କୃଷକ ସଂଗଠନମାନଙ୍କୁ ନେଇ ନୂତନ ଭାବେ ଗଠିତ କ୍ରିୟାନୁଷ୍ଠାନ କମିଟି ବାଲେଶ୍ୱର ଜିଲ୍ଲା ପରିଷଦର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଛିି । ଧାନ, ପାନ, ମୀନର ଜିଲ୍ଲା କୁହାଯାଉଥିବା ବାଲେଶ୍ୱର ଜିଲ୍ଲାର କୃଷି ଓ କୃଷକ ମାନଙ୍କ ସମସ୍ୟା ସଂପର୍କରେ ଶ୍ରୀ ପ୍ରଧାନଙ୍କୁ ପ୍ରତିନିଧିମାନେ ଅବଗତ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ବାଲେଶ୍ୱର ଜିଲ୍ଲାର ବିଧାୟକମାନଙ୍କୁ ଏହି ଦାବିର ଯଥାର୍ଥତା ସଂପର୍କ ରେ ପତ୍ରଦ୍ୱାରା ପୂର୍ବରୁ ଅବଗତ କରାଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତସ୍ତରରେ ଏହି ଦାବିରେ ସ୍ଥାନୀୟ କୃଷକ ଏବଂ କୃଷିଜୀବୀ ଜନଗଣଙ୍କୁ ନେଇ ସଂଗଠନ ଗଠନ ପାଇଁ ହେଉଥିବା ଉଦ୍ୟମ ସମ୍ପର୍କରେ ସୂଚନା ଦେବା ସହ ପ୍ରତିନିଧିମାନେ ଶ୍ରୀ ପ୍ରଧାନଙ୍କ ସହଯୋଗ କାମନା କରିଛନ୍ତି । ତେବେ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେ ଆବଶ୍ୟକୀୟ ସହଯୋଗ କରିବେ ବୋଲି ଜିଲା ପରିଷଦ ସଭାପତି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି । ତାଙ୍କ ସହ ସାକ୍ଷାତ ବେଳେ ପ୍ରତିନିଧି ଦଳରେ ଡ. କେଶବ ଚରଣ ପଣ୍ଡା, ଆଇନଜୀବୀ ନିରଞ୍ଜନ ପରିଡ଼ା, ଅଭୟ କୁମାର ମିଶ୍ର ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ