ଲକ୍ଷ୍ମୀନୃସିଂହ ମନ୍ଦିର ପୂଜକଙ୍କ ଦେହାନ୍ତ
ଛତ୍ରପୁର (ଯୁଗାଦ୍ଦ): ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଡ ନିଜାରତ ନିରଞ୍ଜନ ଚୈାଧୂରୀଙ୍କ ପିତୃ ଲୋକନାଥ ଚୈାଧୂରୀ (୭୫)ଙ୍କ ବିୟୋଗ ଘଟିଛି । ଲୋକନାଥ ଚୈାଧୂରୀ ହୃତ ରୋଗରେ ପିଡିତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥା ଥିବା ବେଳେ ହଠାତ୍ ଶନିବାର ବିଳମ୍ବିତ ରାତ୍ରୀରେ ତାଙ୍କ ମୃତ୍ୟୁ ଘଟିଛି । ସେ ନୀଳକଣ୍ଠେଶ୍ୱର ମନ୍ଦିର ସ୍ଥିତ ଲକ୍ଷ୍ମୀନୃସିଂହ ମନ୍ଦିର ସେବକ ଭାବେ ବହୁଦିନ କାର୍ଯ୍ୟକରିଆସୁଥିଲେ । ସେ ଜଣେ ମେଳାପି, ଧର୍ମ ପରାୟଣ, ପରୋଉପକାରୀ, ସମାଜସେବୀ ଭାବେ ପରିଚିତ ଥିଲେ । ତାଙ୍କର ମୃତ୍ୟୁ ଶଯ୍ୟାବେଳେ ଧର୍ମପତ୍ନୀ ବିଷ୍ଣୁ ପ୍ରିୟା, ଗୋଟିଏ ମାତ୍ର ପୁଅ ନୀରଞ୍ଜନ , ବୋହୂ ଇନ୍ଦିରା , ନାତି ଅଭିଶେକ ଓ ଅଭିଜିତ୍ ଙ୍କସମେତ ବନ୍ଧୁବାନ୍ଧବ ,ନୀଳକଣ୍ଠ ସାହିବାସିନ୍ଦା ଏବଂ ବହୁ ଜନସାଧାରଣ ଉପସ୍ଥିତ ଥିଲେ । ତାଙ୍କର ଶେଷକୃତ୍ୟ ପୂରୀ ଠାରେ ପୁଅ ନିରଞ୍ଜନ ମୁଖାଗ୍ନୀ ଦେଖାଇ ସମାପନ୍ନ ହୋଇଥିଲ।।


