ବେଲପୁର ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌) : ବୁଗୁଡା ବ୍ଲକ ବେଲପୁର ଗ୍ରାମପଂଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରିବା, ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି, ସ୍କୁଲର ନଡିଆ ଗଛରୁ ନଡିଆ ବିକ୍ରି ଆଦି ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ବୁଗୁଡା ବିଇଓ ଓ ବିଡିଓ ସମେତ ଥାନା ଅଧିକାରୀଙ୍କୁ ୧୦ ଦଫା ଦାବି ପ୍ରଦାନ କରିବା ସହ ସୋମବାର ଗ୍ରାମବାସୀ ତିବ୍ର ବିରୋଧ କରିବା ସହ ବେଲପୁର ଗ୍ରାମପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତାଲା ପକାଇ ଧାରଣା ଦେଇଥିଲେ । ଖବର ପାଇ ତୁରନ୍ତ ଉଚ୍ଚ ପଦସ୍ତ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିବା ସହ ସ୍କୁଲର ମଧ୍ୟାହ୍ନ ଭୋଜନ ଦାଇତ୍ୱ ସ୍ୱଂୟ ସହାୟକ ଗୋଷ୍ଠିକୁ ପ୍ରଦାନ କରିଥିଲେ । ଏହା ସହ ତଦନ୍ତ ପରେ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୃତି ଦେବା ପରେ ଧାରଣାରୁ ଓହରି ଥିଲେ ଗ୍ରାମବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ