ଉନ୍ମତ କୃଷି ଏବଂ ଆନୁସାଙ୍ଗିକ ବିଜ୍ଞାନ ୫ମ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କୃଷି ଏବଂ ଆନୁଷଇିଂକ ବିଜ୍ଞାନ କ୍ଷେତ୍ରରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ନିଳନୀ ସୋସାଇଟି ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ ଆଣ୍ର ସୋସିଆଲ ଡେଭେଲପମେଣ୍ଟ ନୂଆଦିଲ୍ଲୀ ଓ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ହୋଇଯାଇଛି, କୂଳସଚିବ ଡ଼ଃ ଅନିତା ପାତ୍ର ଏବଂ ସମ୍ମିଳନୀର ଆହ୍ବାନକର୍ତା ମେହଜବିନଙ୍କ ଦ୍ବାରା କାର୍ଜ୍ୟକ୍ରମ ଉଦ୍ଧାଟିତ ହୋଇଥିଲା। ସମ୍ମିଳନୀକୁ ଉଦ୍ଘାଟନ କରି କୂଳସଚିବ ପାତ୍ର ସମସ୍ତ ଅଂଗଗ୍ରହଣ କରିଙ୍କୁ ସ୍ଵାଗତ କରିଥିଲେ, ମଞ୍ଚରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ଉଦ୍ଘାଟନ ଉତ୍ସବରେ ଡ଼ଃ ଚିତ୍ରା ଶଙ୍କର, ବୈଜ୍ଞାନିକ, ଆଇ.ସି.ଏ.ଆର ଭାରତୀୟ ଧାନ ଗବେଷଣା ପ୍ରତିଷ୍ଠାନ ହାଇଦ୍ରାବାଦ ମୁଖ୍ୟଅତିଥୂ ଏବଂ ଡ଼ଃ ଆନି ପୁନମ ସମ୍ନାନିତ ଅତିଥୂ ଭାବେ ଯୋଗ ଦେଇଥିଲେ। ସୋସାଇଟି ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ ଆଣ୍ଡ ସୋସିଆଲ ଡେଭେଲପମେଣ୍ଟ ନୁଆଦିଲ୍ଲୀର ପ୍ରେସିଡେଣ୍ଟ ଅଖ୍ଲ ଗୁପ୍ତା, ଏମ.ଏସ., ସ୍ବାମୀନାଥନ ସ୍କଲୁ ଅଫ ଏଗ୍ରିକଲଚର ଡ଼ଃ ଏମ. ଦେବେନ୍ଦର ରେଦୀ, ଡ଼ଃ ଏସ.ପି. ନନ୍ଦ, ସହଯୋଗୀ ଡିନ ପ୍ରଫେସର ଜେ. ଅନିଲ କୁମାର ଏବଂ ଡଃ ଅର୍ଦୁଶ ରାଉତ ଯୋଗ ଦେଇଥୁଲେ। ସମ୍ନିଳନର ସ୍ମରଣୀକା ଏବଂ କମେଣ୍ଢିଅମ ଅଫ ଆବସ୍କକୁ ଉନ୍ମୋଚନ କରାଯାଇଥିଲା । ସମ୍ମିଳନୀରେ ୧୪ଟି ବିଭିନ୍ନ କୃଷି ଅନୁସନ୍ଧାନ ଥିମ ଉପରେ ଆଧାରିତ | କୃଷି ପ୍ରଯୁଲିବିଦ୍ୟାରେ ଅଗ୍ରଗତି ବିଷୟରେ ଫସଲ ଉନ୍ନତି, ଫସଲ ଉତ୍ପାଦନ, ଫସଲ ସୁରକ୍ଷା, ସାମୁଦ୍ରିକ ବିଜ୍ଞାନ ଜଳଚର, ମହାସାଗରୀୟ, ମସ୍ସ୍ଯଚାଷ, ପଶୁପାଳନ, ବାୟୋଟେକ୍ସୋଲୋଜି ଏବଂ ଦୁଗ୍ଧ ପ୍ରଯୁଲ୍ତିବିଦ୍ୟା ଭଳି ଜ୍ଞାନ ଆଦାନ ପ୍ରଦାନକୁ ସହଜ କରିବା ଏହାର ଲକ୍ଷ। ଅନୁସନ୍ଧାନ ଏବଂ କୃଷି ଶିକ୍ଷାରେ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ବୈଜ୍ଞାନିକ ଏବଂ ଶିକ୍ଷାବିତଙ୍କ ଦ୍ବାରା ଦୁଇ ଦିନ ମଧ୍ୟରେ ୨୫ରୁ ଅଧୁକ ପ୍ରମୁଖ ବକ୍ତତ୍ରା ପ୍ରଦାନ କରାଯିବ କାର୍ଜ୍ୟକ୍ରମ ରହିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ