ତିରିଂରେ ବଜ୍ରପାତରେ ଯୁବକର ମୃତ୍ୟୁ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ସିଗଦି ଗ୍ରାମରେ ଜନୈକ ଯୁବକର ବଜ୍ରପାତରେ ମୃତ୍ୟୁ ହୋଇଥିବା ସୁଚନା ମିଳିଛି। ସୂଚନାଯୋଗ୍ୟ ଶନିବାର ଦିନ ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ତିରିଂ ଅଂଚଳରେ ଘନ ଘନ ଘନ ବିଜୁଳି ହୋଇଥିଲା । ସିଗଦି ଗ୍ରାମର ସାଙ୍ଗମା ସାମଦ(୩୯) ଘର ଅଗଣାରେ ଠିଆ ହୋଇଥିବା ବେଳେ ହଠାତ୍ ଘର ଉପରେ ଚଡ଼କ ପଡ଼ିଥିଲା ।ଘରର ଆଜବେଷ୍ଟସ ଭାଙ୍ଗି ଯାଇଥିବା ସହ ତାଙ୍କ ଉପରେ ପଡିଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସ୍ତ୍ରୀ ଟୁସୁ ସାଂସଦ ମଧ୍ୟ ବଜ୍ରପାତ ଯୋଗୁଁ ସାମାନ୍ୟ ଆହତ ହୋଇଥିଲେ । ଖବର ପାଇ ତିରିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।ମାଙ୍ଗତାଙ୍କୁ ଆଜି ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ୟବଚ୍ଛଦ କରଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।ତିରିଂ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।


