କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସୋମବାର ସକାଳ ୭.୩୦ଘଟିକା ଠାରୁ ପୂର୍ବାହ୍ନ ୧୧.୦୦ଘଟିକା ପର୍ଯ୍ୟନ୍ତ କେନ୍ଦ୍ରାପଡା ପୈାରସଂସ୍ଥା ଟାଉନ ହଲ ପରିସରରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡକର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗାପ୍ରସାଦ ମହାରଣା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପିତାମ୍ବର ସାମଲ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ନିର୍ବାହୀ ଯନ୍ତ୍ରୀ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହାୟତା ପ୍ରଦାନ କରିଥିଲେ । ଏହି ଅଭିଯୋଗ ଶୁଣାଣିରେ ମୋଟ ୧୧୫ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ ସେଥିମଧ୍ୟରୁ ୧୨ଗୋଟି ସାମୁହିକ ଆଭିଯୋଗ ଏବଂ ୧୦୩ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ବିଜୁ ପକ୍କାଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ଜମିଜମା ସମସ୍ୟା, ରାସନକାର୍ଡ ପ୍ରଦାନ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା, ଚିକିତ୍ସା ପାଇଁ ଆଥିକ ସହାୟତା ପ୍ରଦାନ ଜନିତ ଦରଖାସ୍ତ ଗୁଡିକ ଥିଲା । ସେହିପରି ସାମୁହିକ ଅଭିଯୋଗ ଦରଖାସ୍ତଗୁଡିକ ମଧ୍ୟରେ ପାନୀୟଜଳ ସମସ୍ୟା, ଗ୍ରାମ୍ୟ ଜମିଜମା ଅନଧିକାର ଭାବେ ଅଧିଗ୍ରହଣ ସମସ୍ୟା, ନଳକୂପ ସ୍ଥାପନ, ଗ୍ରାମ୍ୟ ରାସ୍ତା ଅବରୋଧ, ଗୋବରୀ ନଦୀ କୂଳ ପଥର ପ୍ୟାକିଙ୍ଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା, ସିହପଡା ସମବାୟ ସମିତି ଋଣ ପ୍ରଦାନରେ ସ୍ୱଚ୍ଛତା ଅବଲମ୍ବନ ସମ୍ବନ୍ଧରେ ଅଭିଯୋଗ ଦରଖାସ୍ତଗୁଡିକ ଆସିଥିଲା । ଉପରୋକ୍ତ ସାମୁହିକ ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିରଞ୍ôଚ ନାୟକ, ହଜାରିବଗିଚା, କେନ୍ଦ୍ରାପଡାଙ୍କୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଚିକିତ୍ସା ସହାୟତା ବାବଦରେ ୧୦ହଜାର ଟଙ୍କାର ସହାୟତାରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରିଥିଲେ । ରେଡକ୍ରସ ପାଣ୍ଠିରୁ ଚିକିତ୍ସା ସହାୟତା ବାବଦରେ ସେକ୍ ଜୁମା, ଫକିରାବାଦ, କେନ୍ଦ୍ରାପଡାଙ୍କୁ ୪ହଜାର ଟଙ୍କା, କ୍ଷୀରୋଦ ଚନ୍ଦ୍ର ପତ୍ରୀ, ତଳବାରଙ୍ଗ, କେନ୍ଦ୍ରାପଡାଙ୍କୁ ୫ହଜାର ଟଙ୍କା ଏବଂ ବାବାଜୀ ବେହେରା, ବେରୁହାଁ, ମାର୍ଶାଘାଇ, କେନ୍ଦ୍ରାପଡାଙ୍କୁ ଝିଅର ଉଚ୍ଚ ଶିକ୍ଷା ପାଇଁ ୧୫ହଜାର ଟଙ୍କା ଅର୍ଥରାଶି ଜିଲ୍ଲାପାଳ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ