କ୍ରୀଡା ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ସମ୍ବର୍ଧନା
କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-ସୋମବାର ଅପରାହ୍ନରେ ସୂଚନା ପ୍ରଯୁକ୍ତି, କ୍ରୀଡା ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କୋଣାର୍କ ଚନ୍ଦ୍ରଭାଗାରେ ସ୍ୱାଗତ ସମ୍ବର୍ଧନା କରାଯାଇଥିଲା । ପ୍ରଥମେ ମନ୍ତ୍ରୀ ଶ୍ରୀବେହେରା ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧିନ କୁମାର ନାୟକ ଏଠାରେ ପହଂଚିବା ପରେ ଚନ୍ଦ୍ରଭାଗାରେ ଅବସ୍ତିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କୋଣାର୍କ ଏନ ଏ ସି ନଗରପାଳିକା ଶୁଶ୍ରୀ ସଂଜୁକ୍ତା ତ୍ରିପାଠୀ ଓ ଉପାଦକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ଓ କୋଣାର୍କ ଅଂଚଳର ବ୍ୟକ୍ତି ବିଶେଷ, ନବନିର୍ବାଚିତ କାଉନସିଲର ପ୍ରମୁଖ ଫୁଲତୋଡା ଦେଇ ମନ୍ତ୍ରୀଙ୍କୁ ସମ୍ବର୍ଧିତ କରିଥିଲେ । କୋଣାର୍କର ବିକାଶ ପାଇଁ ସେ ସର୍ବଦା କାର୍ଯ୍ୟ କରିବେ ବୋଲି କହିଥିଲେ । ଏହି ସମ୍ବର୍ଧନା ଉତ୍ସବରେ ଚନ୍ଦ୍ରଭାଗା ବଜାର କମିଟି ସଭାପତି ଭାସ୍କର ବେହେରା, ସଂପାଦକ ବାନାମ୍ବର ବେହେରା, ପୂର୍ବତନ କାଉନସିଲର ପ୍ରତାପ ଗୋଛାୟତ, ଶୁସାନ୍ତ କୁମାର ବେହେରା,ଇଶ୍ପର ଗୋଚ୍ଛାୟତ, କିଶୋର ଚନ୍ଦ୍ର ସେଠ, ବିଜୟ ସେଠ ଓ ସମସ୍ତ କାଉନସିଲରଙ୍ଖ ସମେତ ଶତାଧିକ ବିଜେଡି କର୍ମି ଉପସ୍ତିତ ଥିଲେ ।


