ବାପା ମା ଚାଲିଗଲେ ଆମେ ପାଠ ପଢି ବୁ କେମିତି ଦୁଇ ପ୍ରାଣୀ ବେସାହାରା 

ମୋହନା, (ଅଂଶୁମାନ ପଣ୍ଡା) :-କିଏ ଜାଣେ କେବେ ଏମିତି ଘଟିବ ସୁନାର ପରିବାର ରେ ଏମିତି ବଜ୍ରପାତ ମାରିବ ଆଉ ସୁନା ସଂସାର ଭଙ୍ଗାଯିବ ଏଭିଳି କିଛି ଘଟିଛି I ଗଜପତି ଜିଲ୍ଲା ମୋହନା ବ୍ଲକ ର ଶିକୁଳିପଦର ପଂଚାୟତ ର ଅଶୋକା ଗ୍ରାମର ପର୍ଶୁରାମ ମଳିକ ନିଜ ପିଲା ଛୁଆ ଙ୍କୁ ନେଇ ମାଟି କୁଡିଆ ରେ ବେଶ୍ ଆନନ୍ଦ ରେ ଚଳୁଥିଲେ ହଟାତ ୨୦୧୫ ମସିହାରେ ଘର ବାରାଣ୍ଡ ରେ ବସିଥିବା ବେଳେ ପର୍ଶୁରାମ କଳବୈଶକି ବର୍ଷା ବଜ୍ରାଘାତ ରେ ତାଙ୍କ ର ମୃତ ଘଟିଥିଲା I ଠିକ୍ ଗୋଟାଏ ବର୍ଷ ପରେ ସ୍ଵାମୀ ଙ୍କୁ ଝୁରି ଅଜଣା ରୋଗରେ ଆକ୍ରାନ୍ତ ହୋଇ ସ୍ତ୍ରୀ ସୁନୀତା ମଳିକ ଙ୍କ ମୃତ ଘଟିଥିଲା I ତାପରେ ଦୁଇ ଶିଶୁ ଅନାଥ ହୋଇଗଲେ I ଲାଳପାଳନ ପାଇଁ କେହି ନଥିଲେ ନିଜ ବଡ଼ ବାପ ଦୁଇ ଶିଶୁ କୁ ବଡ କରି ଭଙ୍ଗା ଘରେ କୁଲି ମଯୁରି କରି ବଡ ଝିଅ ରଶ୍ମିତା ମଳିକ ୧୪କୁ ପିଣ୍ଡିକି ବିଦ୍ୟାଳୟ ରେ ପାଠ ପଡ଼ାଇଲେ ହେଲେ ସେଇ ଭଳି ପୁଅ ବାବୁଲା ମଳିକ ୧୨ ଙ୍କୁ କେନ୍ଦ୍ରାପଡ଼ା ରେ ଏକ ହଷ୍ଟେଲ ରେ ଛାଡିଦେଲେ ବର୍ତ୍ତମାନ ଝିଅ ନବମ ଶ୍ରେଣୀ ରେ ପଡ଼ିବ ଏବଂ ପୁଅ ଶୋଷ୍ଠ ଶ୍ରେଣୀ ଟଙ୍କା ପଇସା ଅଭାବ ରୁ ଦୁଇ ଜଣଙ୍କୁ ପାଠ ପଡ଼ାଇବା ରେ ବିଫଳ ହୋଇ ପଡିଛନ୍ତି I ସେପଟେ ଝିଅ ଏବ ପୁଅ ପାଠ ପଢିବା ପାଇଁ ଆଗ୍ରହ ଥିବାରୁ ଝିଅ ରଶ୍ମିତା ଶିକୁଳିପଦର ସରପଞ୍ଚ ସତ୍ୟନାରାୟଣ ଦଣ୍ଡସେନା ଙ୍କୁ ଗୁହାରି ଜଣାଇଥିଲେ ଯାହା ଦ୍ୱାରା ସରପଞ୍ଚ ଗ୍ରାମ ରେ ପହଞ୍ଚି ପରିବାର ଲୋକ ଙ୍କ ଶହ ଆଲଚନା କରିଥଲେ I ଏବେ ସରକାରୀ ସହାୟତା ମିଳିଲେ ଦୁଇ ଜଣ ଭଲ ପାଠ ପଢି ମଣିଷ ହେବାକୁ ସପ୍ନ ଦେଖିଛନ୍ତି  I ଅନ୍ୟପଟେ ନିଜର ଭଲ ଘର ଖଣ୍ଡେ ନାହିଁ କି ବଡ ବାପ ର ମଧ୍ୟ ନାହିଁ ଭଙ୍ଗା ଘରେ କଟୁଛି ଦିନ ଏହି  ବିଷୟ ରେ ଜିଲ୍ଲା ଶିଶୁ ଅଧିକାରି ଅରୁଣ ତ୍ରିପାଠୀ ଙ୍କୁ ପଚାରିବାରୁ ସେ କହିଛନ୍ତି ତୁରନ୍ତ ଉକ୍ତ ଗ୍ରାମ କୁ ଜାଇ ଦୁଇଜଣ ଙ୍କୁ ଉଦ୍ଧାର କାରି ହଷ୍ଟେଲ ସୁବିଧା ଓ ପାଠ ପଢିବା ସୁବିଧା କରାଯିବ I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ