ସ୍ୱାମୀର ଦିତୀୟ ବିବାହକୁ ନେଇ ସ୍ତ୍ରୀ ଥାନାର ଦ୍ୱାରସ୍ଥ : ପୁଅ ପକ୍ଷଙ୍କୁ ରାସ୍ତାରେ ଘେରିଲେ ଝିଅ ପକ୍ଷ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ସ୍ୱାମୀର ଦିତୀୟ ବିବାହକୁ ବିରୋଧ କରି ସ୍ତ୍ରୀ ଦିପ୍ତିମୟୀ ମହାକୁଡ଼ ଓ ତାଙ୍କ ପରିବାରବର୍ଗ ଦାଦା ଶଶୁର ତଥା କରଂଜିଆ ବ୍ଲକ ର ପ୍ରଭାବଶାଳୀ ନେତା ଇନ୍ଦ୍ରମଣି ମହାକୁଡ଼ଙ୍କୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଘେରିବାରୁ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । ଘଟଣାରୁ ପ୍ରକାଶ କରଞ୍ଜିଆ ଥାନା ଅଧୀନ ଘୋଷଦା ଗ୍ରାମ ର ଗଣେଶ ମହାକୁଡ଼ (ପିତା ଧନେଶ୍ୱର ମହାକୁଡ଼) ତା ୧୭/୨/୨୦୧୬ରେ ବୈଦିକ ରୀତିନୀତି ଅନୁଯାୟୀ କେନ୍ଦୁଝର ଜିଲ୍ଲାର ବାରିଆ ଥାନା ଅନ୍ତର୍ଗତ କାଶିପୁର ଗ୍ରାମର ଦିପ୍ତିମୟୀ ମହାକୁଡ଼ (ପିତା ସୁବାସ ମାଝୀ)ଙ୍କ ସହିତ ବିବାହ ହୋଇଥିଲା । ଏହାପରେ ୧୭/୭/୨୦୧୭ ରେ ଏକ ଉଭୟଙ୍କ ଏକ କନ୍ୟା ସନ୍ତାନ ହୋଇଥିଲା । ଦିପ୍ତିମୟୀ ଦୀର୍ଘଦିନ ହେବ ଯୌତୁକ ନିର୍ଯାତନା, ଅତ୍ୟାଚାର ,ମାରପିଟକୁ ସହିନପାରି ଥାନାର ଦ୍ୱାରସ୍ଥ ହୋଇଥିଲେ ଓ ପୈତୃକ ଘରକୁ ଯାଇ ରହିଥିଲେ । ଏହି ଘଟଣାର ସୁଯୋଗ ରେ ୧୩/୫/୨୦୨୨ ତାଙ୍କ ସ୍ୱାମୀ ବିହାର ରାଜ୍ୟର ଅନ୍ୟ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ମଲ୍ହାରପଦା ମନ୍ଦିର ରେ ନିଜ ପରିବାର ର ଉପସ୍ଥିତିରେ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ ଆଣିଛନ୍ତି ଦିପ୍ତିମୟୀ । ଏହି ଅଭିଯୋଗ ନେଇ ତା ୧୮/୫/୨୦୨୨ ରେ କରଞ୍ଜିଆ ଥାନା ରେ ଲିଖିତ ଭାବେ ଜଣେଇଥିଲେ ଥାନା ପକ୍ଷରୁ ତାଙ୍କ ସ୍ୱାମୀ ଗଣେଶକୁ ଡକାଯାଇ ଏକ ଲିଖିତ ନିଆଯାଇଥିଲା କି ତାଙ୍କ ପ୍ରଥମ ସ୍ତ୍ରୀ ସହିତ ବିଚ୍ଛେଦ ପୂର୍ବରୁ ସେ ଦ୍ୱିତୀୟ ବିବାହ କରିବେ ନାହିଁ । ଲିଖିତ ଦେଇ ସେ ବିବାହ କରିଥିବା ଅଭିଯୋଗ ନେଇ ଆଜି ପୁଣି ଦିପ୍ତିମୟୀ ଓ ତାଙ୍କ ପରିବାର ଥାନାକୁ ଅଭିଯୋଗ ଧରି ଯାଉଥିବା ସମୟରେ ସମବାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ କରଂଜିଆ ଆସିଥିବା ଦିପ୍ତିମୟୀ ର ଜେଜେବାପା ଶ୍ଵଶୁର ଇନ୍ଦ୍ରମଣି ମହାକୁଡଙ୍କୁ ବ୍ଲକ ସମ୍ମୁଖରେ ପାଇ ତାଙ୍କ କାରକୁ ଘେରିବା ସହିତ ପ୍ରତିବାଦ କରିଥିଲେ । ଗଣେଶ ମହାକୁଡ଼ ର କାକା କେନ୍ଦୁଝର ସାଂସଦଙ୍କ କରଂଜିଆ ବ୍ଲକ ପ୍ରତିନିଧି ଅଛନ୍ତି । ଏହି ପରିବାରର ରାଜନୈତିକ ପତିଆରା ଥିବାରୁ ମୋ କଥାକୁ ଥାନାବାଲା ଗୁରୁତ୍ବ ନଦେଇ ଓଲଟା ଦୁର୍ବ୍ୟବହାର କରୁଥିବା କ୍ଷୋଭ ର ସହ ପ୍ରକାଶ କରିଛନ୍ତି ଦିପ୍ତିମୟି । ରାସ୍ତା ଉପରେ ଦୀର୍ଘ ସମୟ ଧରି ଉତ୍ତେଜନା ଦେଖାଯିବାରୁ ଘଟଣା ସ୍ଥଳରେ କରଂଜିଆ ପୋଲିସ ପହଞ୍ଚି ପ୍ରଭାବଶାଳୀ ନେତା ଇନ୍ଦ୍ରମଣି ମହାକୁଡ଼ଙ୍କୁ ଥାନାରେ ଅଟକ ରଖିଛନ୍ତି । ଅନ୍ୟପଟେ ନ୍ୟାୟ ନବିଳିବା ଯାଏଁ ଧାରଣାରେ ବସିବାକୁ ନିଷ୍ପତି ନେଇଛନ୍ତି ଏବଂ ନ୍ୟାୟ ନମିଳିଲେ ନିଜ ଝିଅ ସହିତ ଆତ୍ମହୁତି ଦେବାକୁ ଧମକ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ