କମ୍ରେଡ ଶିବାଜୀ ପଟ୍ଟନାୟକଙ୍କ ପାଇଁ କେନ୍ଦ୍ରାପଡାରେ ଜିଲ୍ଲାସ୍ତରୀୟ ସ୍ମରଣ ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଓଡିଶାର କମ୍ୟୁନିଷ୍ଟ ଆନ୍ଦୋଳନର ବର୍ଷୀଆନ ତଥା ବିଶିଷ୍ଟ ଜନନେତା, ଓଡିଶାରେ ସି.ପି.ଆଇ.(ଏମ୍‌)ର ଅନ୍ୟତମ ପ୍ରତିଷ୍ଠାତା, ପୁର୍ବତନ ରାଜ୍ୟ ସମ୍ପାଦକ ଓ କେନ୍ଦ୍ର କମିଟି ସଭ୍ୟ, ଭୁବନେଶ୍ୱର ଲୋକସଭା ଆସନର ପୁର୍ବତନ ସାଂସଦ ପ୍ରୟାତ କମ୍ରେଡ ଶିବାଜୀ ପଟ୍ଟନାୟକଙ୍କ ପାଇଁ କେନ୍ଦ୍ରାପଡା ସହରର ଖଡିଅଙ୍ଗ ସ୍ଥିତ ସି.ପି.ଆଇ(ଏମ୍‌) କାର୍ଯ୍ୟାଳୟ ସଭାଗୃହରେ ଏକ ଜିଲ୍ଲାସ୍ତରୀୟ ସ୍ମରଣ ସଭା ବୁଧୁବାର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପୌର ପରିଷଦର ପୌରାଧ୍ୟକ୍ଷା ସରିତା ସାହୁ ଏହି ସ୍ମରଣ ସଭାକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଶିବାଜୀ ପଟ୍ଟନାୟକଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ତାଙ୍କ ସ୍ମୃତିରେ ୨ମିନିଟ ନିରବତା ଅବଲମ୍ବନ କରାଯାଇଥିଲା । ସି.ପି.ଆଇ(ଏମ୍‌) ଜିଲ୍ଲା ସମ୍ପାଦକ ଗୟାଧର ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମରଣ ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସି.ପି.ଆଇ (ଏମ୍‌) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଦୁଷ୍ମନ୍ତ ଦାସ କହିଲେ ଶିବାଜୀ ବାବୁ ହେଉଛନ୍ତି କମ୍ୟୁନିଷ୍ଟ ଆନ୍ଦୋଳନର ଭଗୀରଥ । ତ୍ୟାଗ ଏବଂ ତିତିକ୍ଷାର ଅନ୍ୟତମ ମୁର୍ତ୍ତିମନ୍ତ ଅବତାର । ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଲେ ଶିବାଜୀ ବାବୁ ସମସ୍ତଙ୍କର ନେତା ଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ମହା ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ନଗରପାଳ ଧିରେନ ସାହୁ, କେନ୍ଦ୍ରାପଡା ବିକାଶ ସାମୁଖ୍ୟର ସମ୍ପାଦକ ଅଧ୍ୟାପକ ଅଜୟ କୁମାର ସାମଲ, ସାହିତ୍ୟିକ ଡଃ. ବାସୁଦେବ ଦାସ, ଯୁବ ବିଜେଡି ଜିଲ୍ଲା ସଭାପତି ରାଜେସ ଦାସ, ସି.ପି.ଆଇ ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନରାଉତ ରାୟ, ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁ, ସମାଜସେବୀ ପ୍ରତାପ ଚନ୍ଦ୍ର ଦାସ, ଆଡଭୋକେଟ ପ୍ରଦୀପ ଦାସ, ଓଡିଶା କୃଷକ ସଭା ସଭାପତି ଜମେଶ୍ୱର ସାମନ୍ତରାୟ, କବି କରୁଣାକର ଦାସ, ସି.ପି.ଆଇ.ଏମ୍‌.ଏଲ୍‌୍ ନେତା ବସନ୍ତ କୁମାର ମଲ୍ଲିକ, ସି.ପି.ଆଇ ନେତା ବାବାଜୀ ଧଳ, ଆଦିକନ୍ଦ ରାଉଳ, ପଟ୍ଟାମୁଣ୍ଡାଇ ବିକାଶ ସାମ୍ମୁଖ୍ୟ ସମ୍ପାଦକ ଗୋପୀନାଥ ତ୍ରିପାଠୀ, ଆଇ.ଏନ୍‌.ଟି.ୟୁ.ସି ଜିଲ୍ଲା ସଭାପତି ମୁକ୍ତାର ଖାଁ, କୃଷ୍ଣଚନ୍ଦ୍ର ରାଉତ, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଶିକ୍ଷକ ନେତା ଅଧିକାରୀ ରାଧାକାନ୍ତ ଦାସ, ଶୁଭାଂଶୁ ଦାସ, ବୀମା କର୍ମଚାରୀ ନେତା ଅମୀୟ ନାୟକ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ବୈଷ୍ଣବ ଚରଣ ସ୍ୱାଇଁ, ସମାଜସେବୀ ରଣଧିର ଜେନା, ସି.ପି.ଆଇ(ଏମ୍‌) ନେତା ଜଗତ ଜୀବନ ଦାଶ, କାଳିପ୍ରସାଦ ନାୟକ, ବାବାଜୀ ପରିଡା, ନବ ନିର୍ମାଣ ନେତା ଦାଶରଥୀ ସାହୁ, ଓଡିଶା କୃଷକ ସଭା ଯୁଗ୍ମ ସମ୍ପାଦକ ବିଜୟ ଦାସ, ନିର୍ମାଣ ଶ୍ରମିକ ନେତା ମାଧବ ଦାସ, ଧନେଶ୍ୱର ରାଉତ, ରମେଶ ଚନ୍ଦ୍ର ମଲ୍ଲିକ, ସୁଦର୍ଶନ ମହାପାତ୍ର, ଦିପାଞ୍ଜଳୀ ସାହୁ, ସତ୍ୟଭାମା ସାହୁ, କୁନିଲତା ଗାହାଣ ପ୍ରମୁଖ ବକ୍ତବ୍ୟ ରଖି ଶିବାଜୀ ପଟ୍ଟନାୟକଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ