ରାଜସ୍ୱ ବିଭାଗ ରେ ଚାଲିଛି ପ୍ରବଳ ହାତ ଗୁଞ୍ଜା : ଲୋକଙ୍କୁ ସମାଧାନ ମିଳୁନି ଘଟୁଛି ହିଂସା
ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାର ଗାଁ ଗୋହଳି ରେ ଭାଇଚାରା ଓ ବିକାଶ ଜମି ଯୁମା ବିବାଦ କୁ ସମାଧାନ କରିବା ଓ ଜନ ସାଧାଣଙ୍କୁ ସମ୍ମାନ ଦେଇ ତାଙ୍କୁ ସାହାଯ୍ୟ ଯୁଗାଇବା ପାଇଁ ମୋ ସରକାର ଗଡିଛନ୍ତି ହେଲେ ଲୋକ ଙ୍କୁ ସାହାଯ୍ୟ କରିବା ଜାଗାରେ ଲୁଟିବାରେ ଲାଗିଛନ୍ତି I ରାଜସ୍ୱ ବିଭାଗ କାର୍ଯ୍ୟାଳୟ ରେ ଗଜପତି ଜିଲ୍ଲା ବହୁ ବର୍ଷ ହେଲା ଜମି ଚିହ୍ନଟ କିମ୍ବା ଜମି ଦଖଲ କୁ ନେଇ ବଡୁଚି ହିଂସା ତ କେଉଁଠି ହଣା ମରା ବର୍ଷ ବର୍ଷ ଧରି ଲାଗି ରହୁଚି ବିବାଦ ଯାର ସମାଧାନ ହୋଇପାରିନି I ମୋହନା ବ୍ଲକ ର ଝିଲିକି ମୌଜା ରେ ସରକାରୀ ଖାତା ନଂ ୫୧/୬୭ର ୧୩୦୦ହେକ୍ଟର ଜମି କୁ ଗୁଡରିପଦର ଗ୍ରାମ ବାସୀ ଚାଷ କରିବା ପାଇଁ ଦଖଲ କରିଥଲେ ଯାହାକୁ ନେଇ ଝିଲିକି ଗ୍ରାମ ଶହ ମୁହାଁମୁହିଁ ହୋଇଥିଲେ I ଦୁଇ ଗାଁ ୨୦.୬.୨୦୨୦ରେ ପୋଲିସ୍ ପହଁଛି ସମାଧାନ କରିଥିଲା ପୁଣି ଦୁଇ ଗୋଷ୍ଟି କୁ ମୋହନା ବ୍ଲକ୍ ରେ ଏକ ବୈଠକ ଡାକି ଶାନ୍ତି କମିଟି ପରେ ଦୁଇ ଦୁଇ ଥର ୧୪୪ଧାରା ଲାଗୁ କରୀ ରଙ୍ଗ ବାନା ପୁତିଥିଲେ ତହସିଲଦାର କଲ୍ୟାଣୀ ସଙ୍ଘ ମିତ୍ରଦେବି, ଅତିରିକ୍ତ ତହସିଲଦାର ଆଶିଷ ପ୍ରଧାନ, କିନ୍ତୁ ଆଜିକୁ ଦୀର୍ଘ ବର୍ଷ ବିତିଲା ସମାଧାନ ସୁନ, ଅଡବା ପଂଚାୟତ ର ବାଟାମା ନିକଟରେ ମଧ୍ୟ ଜଙ୍ଗଲ କାଟି ସରକାରୀ ଜମି କୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ I ୨୫,୭, ୨୦୨୧ରେ, ଅଡବା ଗ୍ରାମ ରେ ୨୧,୭, ୨୧ରେ ସରକାରୀ ଜମି କୁ ଗ୍ରାମ ବାସି ମନ୍ଦିର ପାଇଁ ଦଖଲ ରେ ରଖିଥିଲେ ତାକୁ ପୁଣି ଅନ୍ୟ ଗ୍ରାମ ର ଲୋକେ ଦଖଲ କରିବାରୁ ତାକୁ ନେଇ ବିବାଦ ଓ ରାସ୍ତା ରୋକ ହୋଇଥିଲା ସମାଧାନ ନ ହେବାରୁ ପୁଣି ଗ୍ରାମ ବାସୀ ୧.୬, ୨୨ର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଘେରାଉ କରି ତାଲା ଝୁଲେଇ ଥିଲେ I କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ନାହିଁ, ସେଇପରି କର୍ଚ୍ଚବାଡି ଗ୍ରାମ ରେ ମଧ୍ୟ ଜମି ବିବାଦ ହୋଇଥିଲା ରାଜସ୍ୱ ବିଭାଗ ସମାଧାନ କରି ପାରିନି, କର୍ଚ୍ଚବାଡି ପଂଚାୟତ ର କେଲିକୁଆ ଗ୍ରାମ ର କିଛି ଆଦିବାସୀ ଲୋକେ ପିତୃ ପୁରୁଷ ଅମଳ ରୁ ସରକାରୀ ଜମି କୁ ଦଖଲ କରି ଚାଷ କରିଆସୁଥିଲେ I ଉକ୍ତ ଜମିକୁ ଅନ୍ୟ ଗ୍ରାମ ର ଲୋକ ଦଖଲ କରିବାରୁ ବିବାଦ ସୃଷ୍ଟି ହୋଇଥିଲା ଯାହାକୁ ନେଇ ରଙ୍ଗ ବାନା ପୁତି ୧୪୪ଧାରା ଲାଗୁ ହୋଇଥିଲା କିନ୍ତୁ ଉକ୍ତ ଜାଗାରୁ ୧୪୪ଧାରା ହଟିନଥିବା ବେଳେ ମୋହନା ଆରାଆଇ ଉକ୍ତ ଜାଗା ଦଖଲ ରେ ରଖିଥିବା ଵ୍ୟକ୍ତିଙ୍କ ଠାରୁ ହାତ ଗୁଞ୍ଜା ନେଇ ସିକୃତି ଫାଇନକାଟି ରସିଦ ଦେଇଥିଲେ I ଯାହାକୁ ନେଇ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଘେରାଉ କରି ଥିଲେ ଲୋକେ ଫଳରେ ଆର.ଆଇ ପ୍ରାଣ ବିକଳ ରେ ଥାନା ର ସାହାରା ନେଇଥିଲେ ତାହା ମଧ୍ୟ ସମାଧାନ ହୋଇନି, I କିଛି ଦିନ ତଳେ ଘଟିଥିଲା ବାହାଡାପଦା ଓ ବିଜାପୁରୁ ଗ୍ରାମ ରେ ଗୋଷ୍ଠୀ ସଂଗର୍ଷ ଜମି ଜମା ବିବାଦ କୁ ନେଇ ତାହା ମଧ୍ୟ ଲୋକେ ରକ୍ତାକ ହୋଇ ଚିକିତ୍ସ ହେଉଛନ୍ତି ତାହା ମଧ୍ୟ ସମାଧାନ ହୋଇପାରିଲା ନାହିଁ ଶେଷରେ ୧୪୪ଧାରା ଲାଗୁ କରୀ ବାନା ପୁତା ଗଲା I ଅନ୍ୟପଟେ ଲୋକେ ନିଜ ଜମି ବିକା କିଣା ପାଇଁ ଜମି ଚିହ୍ନଟ ପାଇଁ ଆବେଦନ କରିଲେ ବର୍ଷ ବର୍ଷ ସଂଖ୍ୟା ଗଡୁଛି କିନ୍ତୁ ଚିହ୍ନଟ ହୋଈ ପାରୁନି ଯିଏ ଆର. ଆଇ ବାବୁ ଙ୍କୁ ମୋଟା ଅଙ୍କର ଦିଏ ତାର ହେଉଚି ତାହା ମଧ୍ୟ ଅଧପନ୍ତ୍ରିଆ କାମ ଯଦି କେହି ଜମି ଚିହ୍ନଟ ର ମେପ ମାଗେ ଆରାଆଇ ବାବୁ ୧୦ହଜାର ରୁ ୨୦ହଜାର ମାଗୁଛନ୍ତି I ଖାଲି ସେତିକି ନୁହେଁ ଆଦବସି ଲୋକ ଙ୍କୁ ମଧ୍ୟ ଜମି ଚିହ୍ନଟ କରିବା ପାଇଁ ନେଇଛନ୍ତି ୧୯ହଜାର ଟଙ୍କା ଲାଞ୍ଚ କିନ୍ତୁ କାମ ନ କରି ନାଲି ଆଖି ଦେଖାଉଛନ୍ତି I ଅନ୍ୟପଟେ ଉକ୍ତ ମୋହନା ଆର.ଆଇ ଦୁର୍ଗା ଚରଣ ଶତପଥୀ ଟଙ୍କା ନେବା ଓ ମାଗିବା ବିଡ଼ିଓ ଭାଇରଲ ପରେ ମଧ୍ୟ ତହସିଲଦାର ତାଙ୍କୁ ଘଣ୍ଟ ଘୁଡ଼ାଇ ରଖିଛନ୍ତି I ଏତିକି ନୁହେଁ ତହସିଲ୍ କାର୍ଯ୍ୟାଳୟ ରେ କେଇ କାହାକୁ ନ ପଡ଼ୁଥିବା ବେଳେ, ଏବଂ ତହସିଲଦାର ଙ୍କ ଆୟଜନ ଭୁଜି ରେ ସୁପ୍ରଭାଇଯାର ଉପସ୍ଥିତ ନଥିବାରୁ ତହସିଲଦାର କାରଣ ଦର୍ଶାଅ ନୋଟିସ ମାଗିଥିଲେ ତେବେ ଜନ ସାଧାରଣ ଙ୍କ କାମ କରିବା ବଦଳେ ନୀରବ ବସି ହାତ ଗୁଞ୍ଜା ନେବା ହେତୁ ଅଞ୍ଚଳ ରେ ଜମି ଜମା ପାଇଁ ଗଣ୍ଡଗୋଳ ବଢିବାରେ ଲାଗିଛି ତେଣୁ ଏଥି ପ୍ରତି ଜିଲ୍ଲା ପାଳ ଓ ଦକ୍ଷିଣା ଅଞ୍ଚଳ ଆର୍ ଡି ଶି ତଦନ୍ତ କରି କାରଯ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳ ରେ ଦାବୀ ହୋଇଛି I