ବିଭିନ୍ନ ଦାବିକୁ ନେଇ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ ଗୁଣୁପୁରୁ-ପୁରୀ ଟ୍ରେନ ଅଟକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲା ପାରଳାଖେମୁଣ୍ଡି ରେଳ ଷ୍ଟେଶନରେ ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକେ ବିଭିନ୍ନ ଦାବି ନେଇ ରେଳରୋକୋ କରିଛନ୍ତି । ଦାବିଗୁଡ଼ିକ ମଧ୍ୟରେ ଷ୍ଟେଶନର ଦୋହରୀକରଣ, ପାନୀୟ ଜଳ ବ୍ୟବସ୍ଥା, ଷ୍ଟେଶନରେ ପ୍ରେକ୍ଷାଳୟ ବ୍ୟବସ୍ଥା ,ପ୍ଲାଟଫର୍ମ ର ଉଚ୍ଚତା ବୃଦ୍ଧି ଆଦି ଅନ୍ତର୍ଭୁକ୍ତ। ୩୦ ମିନିଟ୍ ଧରି ଗୁଣପୁର-ପୁରୀ ଟ୍ରେନକୁ ଅଟକାଇ ଥିଲେ। ପରବର୍ତ୍ତୀ ସମୟରେ ଆର୍ପିଏଫ୍ ଏବଂ ରେଳବାଇ କର୍ତ୍ତୃପକ୍ଷ ଆସି ବୁଝାଶୁଝା କରିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇ ଥିଲା I


