ଯାନବାହାନ ଯାଞ୍ଚ କାର୍ଯ୍ୟକ୍ରମ : ୬୨ ହଜାର ଟଙ୍କାରୁ ଉର୍ଦ୍ଧ ଜରିମାନା ଆଦାୟ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଯାନବାହାନ ଯାଞ୍ଚ କାର୍ଯ୍ୟକ୍ରମ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ସହରର ରାମସାଗର ଅଞ୍ଚଳରେ ଯାନବାହାନ ଯାଞ୍ଚ କାର୍ଯ୍ୟକ୍ରମ ଜାରି ରହିଥିବାର ଦେଖିବାକୁ ମିଳିଥିଲା । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ, ଗାଡି ଗୁଡିକର ଦସ୍ତାବିଜ ଯାଞ୍ଚ ବେଳେ ମୋଟ ୧୨ଗୋଟି ବିଭିନ୍ନ ଗାଡିରୁ ୬୨ ହଜାର ୭୨୦ଟଙ୍କା ଜରିମାନା ବାବଦରେ ଆଦାୟ କରାଯାଇଛି । ଏପରି ଯାଞ୍ଚ କାର୍ଯ୍ୟକ୍ରମ ।ଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।


