ତୁଳସୀ ନଗରରେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ତୁଳସୀ ନଗର ଠାରେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ପାଳନ ଅବସରରେ ମହିଳାମାନେ ଠାକୁରାଣୀଙ୍କ ଘଟହାଣ୍ଡିକୁ ଧରି ସହର ପରିକ୍ରମା କରିଥିଲେ । ଏହି ପରିପ୍ରେକ୍ଷୀରେ ମାନସିକଧାରୀ ମାନେ ବିଭିନ୍ନ ବେଶ ବୁଶାରେ ସାଜସଜା ହୋଇ ଥିବାର ଦେଖିବାକୁ ମିଳିଥିଲା । ଠାକୁରାଣୀ ମନ୍ଦିର ଗୁଡିକରେ ମାଁଙ୍କୁ ପୂଜାର୍ଚ୍ଚନା କରାଯାଇ ଆହ୍ୱାନ କରାଯାଇଥିଲା । ଏହାପରେ ଅସ୍ଥାୟୀ ପୀଠରେ ମାଁଙ୍କୁ ରଖି ପୂଜାର୍ଚ୍ଚନା କରାଯାଉଥିବାର ଦେଖିବାକୁ ମିଳିଥିବା ବେଳେ ବହୁ ଭକ୍ତ ବା ଶ୍ରଦ୍ଧାଳୁମାନେ ଯୋଗ ଦେଇ ଭୋଗ ରାଗ ଦେଇ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ