‘ମନା’ର ମାସିକ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) : ମିଳିତ ନିଶା ନିବାରଣ ଅଭିଯାନ (ମନା)ର ଷଷ୍ଠ ବାର୍ଷିକ ସମ୍ମିଳନୀର ସମୀକ୍ଷା ବୈଠକ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ନେଳିଆବାସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ନବନିଯୁକ୍ତ ବାଲେଶ୍ୱର ଜିଲାର ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ସହିତ ଅବକାରୀ ବିଭାଗ ସ୍ୱାଧୀନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ରଙ୍କୁ ସ୍ୱାଗତ କରାଯିବା ସଂଗେ ସଂଗେ ତାଙ୍କ ସହଯୋଗରେ ନିଶା ନିବାରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ହୋଇପାରିବ ଓ ବାଲେଶ୍ୱର ଜିଲ୍ଲା ତାର ସୁନାମ ଫେରିିପାଇବ ବୋଲି ଉପସ୍ଥିତ ସଦସ୍ୟ/ସଦସ୍ୟାମାନେ ଦୃଢ଼ ଆଶା ପ୍ରକଟ କରିଥିଲେ । ସାଧାରଣ ସଂପାଦିକା ମମତା ମହାପାତ୍ର ଗତ ବାର୍ଷିର୍କ ସମ୍ମିଳନୀର ବିବରଣୀ ପାଠ କରିଥିଲେ । ପୂର୍ବବର୍ଷ ଭଳି ସ୍କୁଲ-କଲେଜରେ ନିଶା ବିରୋଧି ସଚେତନତା ଶିବର ଆରମ୍ଭ ପାଇଁ ସ୍ଥିର କରାଯାଇଛି । ଉପ-ସଭାପତି କୁମୁନ୍ଦ ରଞ୍ଜନ ଗିରି ଓ ଡ. କ୍ଷିତୀଶ୍ୱର ଦାଶ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ଉପଦେଷ୍ଟା ରମେଶଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ଶଶାଙ୍କ ଶେଖର ଦତ୍ତ, ସରସ୍ୱତୀ ପଣ୍ଡା, କୃଷ୍ଣା ପ୍ରଧାନ, କମଳାକାନ୍ତ ଦାଶ ପ୍ରମୁଖ ଏହି ବୌଠକରେ ବକ୍ତବ୍ୟ ରଖିଥିଲେ । ଶେଷରେ ବେଣୁଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।