ତିନୋଟି କୋଇଲା ଗାଡି ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରୁ ତିନିଗୋଟି ବେଆଇନ କୋଇଲା ଗାଡି ଜବତ ହୋଇଥିବା ଜଣାପଡିଛି । ଥାନା ଅଧିକାରୀ ଅମିତାଭ ଦାସଙ୍କ ନେତୃତ୍ୱରେ ଗତକାଲି ପେଟ୍ରୋଲିଂ ଚାଲିଥିବା ବେଳେ ଏହି ବେଆଇନ ଗାଡି ଗୁଡିକ ଜବତ ହୋଇଥିଲା । ତାଳଚେରରୁ ପଶ୍ଚିମବଙ୍ଗ ଯାଉଥିବା ଉକ୍ତ ଟ୍ରକ ଗୁଡିକୁ ଥାନା ପକ୍ଷରୁ ଜବତ କରାଯାଇଥିବା ବେଳେ ଏନେଇ ୨୩୩/୨୨ରେ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି । ଏହାସହିତ ଗାଡି ଚାଳକ ନିରଞ୍ଜନ ସାହୁ ଓ ସୁନା ବେହେରାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ କୋଇଲାର ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି ।


