ଅସ୍ତରଙ୍ଗ ଉପକୂଳରୁ ମିଳିଲା ଏକ ବଏ 

ନିମାପଡା, ( ସନ୍ତୋଷ ଦାଶ) :-ସମୁଦ୍ର ମଧ୍ୟରେ ଜାହାଜ ମାନଙ୍କୁ ଦିଗ ନିର୍ଣ୍ଣୟ ପାଇଁ ବିଭିନ୍ନ ବନ୍ଦର ରେ ଆଙ୍କର ଦ୍ୱାରା ଲଗା ଯାଇଥିବା ଏକ ବଏ ଆଜି ସକାଳୁ ଅସ୍ତରଙ୍ଗ ଉପକୂଳ ଅଣକଣା ସମୁଦ୍ର କୂଳରେ ଲାଗିଥିବା ଦେଖାଯାଇଛି । ପୂର୍ବରୁ କେବେ ଏଭଳି ବିଶାଳ ବଏ ଦେଖିନଥିବା ସ୍ଥାନୀୟ ଲୋକେ ଆଜି ସକାଳୁ ସମୁଦ୍ରକୂଳରେ ଏହି ବଏ ଦେଖି ଭୟଭୀତ ହୋଇଯାଇଥିଲେ । ତେବେ ବିଶେଷକରି ବିଭିନ୍ନ ବନ୍ଦରରେ ଦିଗ ନିର୍ଣ୍ଣୟ କରିବା ପାଇଁ ଏହି ବିଶାଳ ଡ୍ରମକୁ ଆଙ୍କର ଦ୍ୱାରା ସମୁଦ୍ର ମଧ୍ୟରେ ଭାସମାନ ଅବସ୍ଥା ରେ ରଖାଯାଇଥାଏ । ଏଥିରେ ସୋଲାର ଲାଇଟ ମାଧ୍ୟମରେ ସିଗ୍ନାଲ ଦିଆଯାଇଥାଏ । କୌଣସି କାରଣରୁ ଅଙ୍କରରୁ ଛିଣ୍ଡି ଏହି ବଏ ଭାସି ଆସିଥିବା ସନ୍ଦେହ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ