ଗଡଚଣ୍ଡୀ ପୀଠରେ ବିଧାୟକଙ୍କ ଦ୍ୱାରା ଗୋଷ୍ଠୀକେନ୍ଦ୍ରର ଶିଳାନ୍ୟାଶ
ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଗଡଚଣ୍ଡୀପୀଠାରେ ୧୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଗୋଷ୍ଠୀକେନ୍ଦ୍ରର ଶିଳାନ୍ୟାଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାର ଶିଳାନ୍ୟାଶ କରିଥିଲେ । ଏଥିରେ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ତଥା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ବିଜେଡି ନେତା ବିଜୟ କୁମାର ରାଉତ, ବୈଦ୍ୟନାଥ ସାମଲ, ବିଶ୍ୱନାଥ ନାୟକ, ସୁଧାଶୁଂ ମଲ୍ଲିକ, ଚଣ୍ଡୀ ପ୍ରସାଦ ରାଉତ, ପୁର୍ବତନ ସମିତିସଭ୍ୟ ପ୍ରଭାତ ରାଉତ, ବିଜୁ ରାଉତ, ଗଣେଶ ଘଡେଇ, ପ୍ରଦୁ୍ୟମ୍ନ ରାଉତ, ଶୁକଦେବ ସାହୁ, ଧନଞ୍ଜୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଗୋଷ୍ଠୀ କେନ୍ଦ୍ର ନିର୍ବାଣ ହେବାଦ୍ୱାରା ଗଡଚଣ୍ଡୀକୁ ଆସୁଥିବା ପର୍ଯ୍ୟଟକ ମାନେ ଖରାବର୍ଷାରୁ ରକ୍ଷା ପାଇପାରିବା ସହିତ ବିଶ୍ରାମ ନେଇ ପାରିବେ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ ।


