ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ରେ ସାରସ୍ୱତ ମିଳନ କାର୍ଯ୍ୟକ୍ରମ     

ଛତ୍ରପୁର, (ଦେବଦତ୍ତ ମହାରଣା) :-ସମଗ୍ର ଭାରତବର୍ଷରେ ସାଂସ୍କୃତିର ପୁନଃ-ସଂସ୍ଥାପନା କରିବା ସାଂଗକୁ ଦେଶରେ ଖଣ୍ଡତା, ସଂହିତି, ଶାନ୍ତି ଓ ଶୃଙ୍ଖଳା ଗଠନ ଦିଗରେ ସବୁ ଆଧ୍ୟାତ୍ମିକ ସଂସ୍ଥାନ ଗୁଡିକର ମିଳିତ ଉଦ୍ୟମ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟ ରେ ଏନେଇ ଏକ ସାରସ୍ୱତ ମିଳନ କାର୍ଯ୍ୟକ୍ରମ   ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥୀ ଭାବେ ଦିବ୍ୟଜୀବନ ସଂଘ ଦକ୍ଷିଣ ଓଡ଼ିଶାର ସଭାପତି ବିପ୍ରଚରଣ ପାତ୍ର, ସମ୍ମାନିତ ଅତିଥୀ ଭାବେ ଛତ୍ରପୁରଶାଖା ଦିବ୍ୟଜୀବନ ସଂଘ ସେବା ସଦନର ସଭାପତି ପଦ୍ମଚରଣ ବେହେରା, ସତ୍ୟସାଇ ସେବା ସମିତି ଛତ୍ରପୁର ପକ୍ଷରୁ ସଭ୍ୟ ନୃସିଂହେଶ୍ୱର ପଟ୍ଟନାୟକ, ଛତ୍ରପୁରର ଯୁବ ସମାଜସେବୀ  କେ.ଚନ୍ଦ୍ର ଶେଖର ରେଡ୍ଡୀ ପ୍ରମୁଖ ଯୋଗଦେଇଥିଲେ । ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟକାର୍ଯ୍ୟାଳୟ ମାଉଣ୍ଟ-ଆବୁ, (ରାଜସ୍ଥାନ)ରୁ ପରିଦର୍ଶନରେ ଆସିଥିବା ବ୍ରହ୍ମାକୁମାର ସତୀଶ ଭାଇ, ବରିଷ୍ଠ ରାଜଯୋଗ ପ୍ରଶିକ୍ଷକ ଅର୍ଜୁନ ଭାଇ ଉକ୍ତ ଆଧ୍ୟାତ୍ମିକ ସନ୍ଧ୍ୟାର ମୁଖ୍ୟ ନେତୃତ୍ୱ କର୍ଣ୍ଣଧାର ଥିଲେ । ଏହି ଯେ’ ବିଶ୍ୱବ୍ରହ୍ମାଣ୍ଡରେ ମାନବିକ ଶୃଙ୍ଖଳିତ ପ୍ରଥାକୁ ପ୍ରଚଳନ କରାଯିବା ସାଂଗକୁ ସେବା ହିଁ ପରମଧର୍ମ, ସବକା ମାଲିକ ଏକ ହେ, ପୁନଃଶ୍ଚ ସମଗ୍ର ଭାରତବର୍ଷରେ ଭାରତୀୟ ସଂସ୍କୃତିର ପ୍ରଚଳନ ଦିଗରେ ସମସ୍ତ ଆଧ୍ୟାତ୍ମିକ ସଂଗଠନର ମିଳିତ ଉଦ୍ୟମ ହେବା ଆବଶ୍ୟକ ବୋଲି ବିଭିନ୍ନ ବକ୍ତାମାନେ ମତ ପ୍ରକାଶ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ