ବୀରଚକ୍ର ଶହୀଦ ନାଏବ୍ ସୁବେଦାର୍ ନୁଦୁରାମ ସୋରେନଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଶୁଭ ଅନାବରଣରେ ଯୋଗ ଦେଲେ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଓ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଆଜି ଗଲଓ୍ବାନ ଶହୀଦ ଦିବସ । ୧୫/୬/୨୦୨୦ ଅରୁଣାଚଳ ପ୍ରଦେଶର ସିମାନ୍ତ ଲାଦାଖ ଅଂଚଳରେ ଗଲଓ୍ବାନ ଘାଟି ସିମାରେ ଚାଇନା ସେନାଙ୍କ ଅତିକ୍ରମ ଦେଖି ଭାରତୀୟ ସେନା ରାତି ୮ଟାରୁ ରାତି ତମାମ ଘମାଘୋଟ ଲଢେଇ କରି ଚାଇନା ସେନାଙ୍କୁ ପ୍ରତିହତ କରିଥିଲେ । ଏହି ଐତିହାସିକ ଲଢେଇ ରେ ଭାରତର ୨୦ ଜଣ ସୈନିକ ଟଳି ପଡ଼ିଥିବାବେଳେ ଚାଇନାରେ ୩୮ ଜଣ ସୈନ୍ୟ ନଦୀରେ ଭାସି ଯାଇ ମୃତ୍ୟୁ ବରଣ କରିଥିଲେ । ଗଲଓ୍ବାନ ଉପତ୍ୟକା ରକ୍ତରଂଜିତ ହୋଇଥିଲା । ସେହି ୨୦ ଜଣ ଶହୀଦଙ୍କ ବଳିଦାନ ଯୋଗୁଁ ଆଜି ଅରୁଣାଚଳ ପ୍ରଦେଶ ସୁରକ୍ଷିତ ନ ହେଲେ ଆଜି ୟୂକ୍ରେନ ଓ ଋଷ ଭଳି ପରିସ୍ଥିତି ହୋଇଥାନ୍ତା । ‌ଭାରତର ୨୦ ଜଣ ଶହୀଦଙ୍କ ମଧ୍ୟରୁ ଓଡିଶାର ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ଚମ୍ପାଉଦା ଗ୍ରାମର ନାଏବ୍ ସୁବେଦାର ନୁଦୂରାମ ସୋରେନଙ୍କର ମୃତ୍ୟୁ ହୋଇଥିଲା । ଆଜି ତାଙ୍କର ଦିତୀୟ ଶ୍ରାଦ୍ଧବାର୍ଷିକୀ ଦିବସ । ସେହି ବୀର ସନ୍ତାନଙ୍କୁ ତାଙ୍କର ଅଦମ୍ୟ ସାହସ ପାଇଁ ଭାରତର ସରକାର ଵୀରଚକ୍ର ଉପାଧି ପ୍ରଦାନ କରିଥିଲେ । ସେହି ମହାନ ସୈନିକ ଙ୍କ ସ୍ମରଣାର୍ଥେ ରାଇରଙ୍ଗପୁରରେ ଶହୀଦ ନୁଦୂରାମ ସୋରେନ ମେମୋରିଆଲ ଟ୍ରଷ୍ଟ ଅନୁଷ୍ଠିତ ହୋଇଥିଲା । ସେହି ଟ୍ରଷ୍ଟ ଆନୁକୂଲ୍ୟରେ ରାଇରଙ୍ଗପୁର ସହରର ଗୋରୁ ମହିଷାଣୀ ଛକ ଟାକ୍ସି ଷ୍ଟାଣ୍ଡରେ ବୀରଚକ୍ର ଶହୀଦ ନାଏବ୍ ସୁବେଦାର୍ ନୁଦୂରାମ ସୋରେନଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଶୁଭ ଅନାବରଣ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିମୂର୍ତ୍ତିଟି ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରଚେଷ୍ଟାରେ ନିର୍ମିତ ହୋଇ ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଥିଲା । ପ୍ରାରମ୍ଭରେ ଶହୀଦଙ୍କ ସମାଧୀପୀଠରୁ ଏକ ଶହୀଦ ଅମର ଜ୍ୟୋତି ବାହାରି ଟାକ୍ସି ଷ୍ଟାଣ୍ଡ ଦେଇ ରାଇରଙ୍ଗପୁର ସହର ପରିକ୍ରମା କରିଥିଲା । ପରେ ଶହୀଦଙ୍କ ଅନାବରଣ ଉତ୍ସବର ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ରମ, ମୋରଡ଼ା ବିଧାୟକ ରାଜ କିଶୋର ଦାସ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ୧୬ ବିହାର ରେଜିମେଣ୍ଟ କେପଟେନ‌ ଡିସି ପ୍ରଧାନ, ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ପୌର ଉପାଧ୍ୟକ୍ଷା ସ୍ମିତା ଚୌଧୁରୀ, ଶହୀଦଙ୍କ ପତ୍ନୀ ଲକ୍ଷ୍ମୀରାଣୀ ସୋରେନ, ପୂର୍ବତନ ବିଧାୟକ ମାଧବ ହାଁସଦା, ପୂର୍ବତନ ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ନୁଦୂରାମ ଟ୍ରଷ୍ଟି ସଦସ୍ୟ ମନୋରଞ୍ଜନ ହାଁସଦାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ସେମାନଙ୍କୁ ଆଦିବାସୀ ପାରଂପାରିକ ନୃତ୍ୟ ଓ ମାଦଳରେ ପାଛୋଟି ନିଆଯାଇଥିଲା । ମନ୍ତ୍ରୀ ଅଶ୍ୱିନୀ ପାତ୍ର ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ନୁଦୂରାମଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶହୀଦ ନୁଦୂରାମ ସୋରେନ ଅମର ରହେ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ରାଇରଙ୍ଗପୁର ସହର । ପରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଅତିଥି ଗଣ କହିଥିଲେ ରାଇରଙ୍ଗପୁର ମାଟି ସୁଯୋଗ୍ୟ ସନ୍ତାନ ନୁଦୂରାମ ସୋରେନଙ୍କୁ ଜନ୍ମ ଦେଇଛି ଯାହାକୁ ନେଇ ସାରା ଦେଶ ଓ ଆମ ଅଂଚଳ ଗର୍ବ କରୁଛି । ସେହି ଵୀରପୁତ୍ର ଆମର ଗର୍ବ ଓ ଗୌରବ । ଶହୀଦଙ୍କ ବଳିଦାନ କେବେ ବୃଥା ଯିବନି । ପରେ ସମସ୍ତେ ଶହୀଦଙ୍କୁ ନେଇ ସମସ୍ତେ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଅତିଥି ଗଣ ବକ୍ତବ୍ୟ ରଖିଥିଲେ । ଏଥିରେ ମହାର୍ଘ୍ୟ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦେଶପ୍ରେମୀ ଯୋଗଦେଇ ନିଜକୁ ଧନ୍ୟ ମଣିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ