ଗ୍ରାମରୁ ବାସନ୍ଦ କରାଯାଇଥିବାରୁ ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହେଲେ ଆଗ୍ରାହରମ ଗ୍ରାମର ବି. ରମେଶ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ଘଟଣା ଥମିବାର ନାଁ ନଉନି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ବିଭିନ୍ନ ସମୟରେ ଏଭଳି ଅଭିଯୋଗ ଆସୁଛି । ପୂର୍ବରୁ ଏନେଇ ବହୁ ଅଭିଯୋଗ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ନିକଟରେ ହୋଇଥିବା ବେଳେ ଗୁରୁବାର ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଆଗ୍ରାହରମ ଗ୍ରାମରୁ ଏଭଳି ଏକ ଅଭିଯୋଗ ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରଏଙ୍କ ନିକଟରୁ ଆସିଛି । ଆଗ୍ରାହରମ ଗ୍ରାମର ବି. ରମେଶ ପାତ୍ର ଙ୍କୁ ରାଜନୈତିକ ଶତୃତା କରି ତାଙ୍କ ପରିବାର ବର୍ଗଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଗ୍ରାମରୁ ବାସନ୍ଦ କରାଯାଇଥିବା ନେଇ ବି. ରମେଶ ପାତ୍ର ଗଞ୍ଜାମ ଏସପିଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ୧୨ ବର୍ଷ ହେଲା ଆଗ୍ରାହରମ ଗ୍ରାମର କିଛି ବ୍ୟକ୍ତି ମାନେ ବି. ରମେଶ ପାତ୍ରଙ୍କ ଉପରେ ଦାଉ ସାଧି ତାଙ୍କୁ ଗ୍ରାମରୁ ବାସନ୍ଦ କରି ରଖିଛନ୍ତି । ଏନେଇ ସେ ବାରମ୍ବାର ଚମାଖଣ୍ଡି ଥାନାରେ ଲିଖିତ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେ ବାଧ୍ୟ ହୋଇ ଆଜି ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ