ମିଛୁଆ ତିର୍ତ୍ତୋଲ ବିଧାୟକ ବିବାହ କଥା କହି ଆସିଲେଣି ସବ-ରେଜିଷ୍ଟାର ଅଫିସ ଫେରିଲେ ଯୁବତୀ
ତିର୍ତୋଲ, (ଅଭିଷେକ ତ୍ରିପାଠୀ) :-ଗତ ମେ ମାସ ୧୭ରେ ନିଜ ପ୍ରେମିକା ସୋମାଲୀନ ଙ୍କୁ ବିବାହ କରିବା ପାଇଁ ସବ -ରେଜିଷ୍ଟ୍ରର ରେ ଆବେଦନ କରିଥିବା ବେଳେ ସୋମାଲିକା ପରିବାର ଓ ବିଜୟ ଶଙ୍କର ଦାସ ଙ୍କ ପରିବାର ଓ ତାଙ୍କ ସାନ ଦାଦା ମାନସ ଦାସ ଙ୍କ ଭିତରେ କଥା ସରିବା ପରେ ଆଜି ସବରେଜିଷ୍ଟର କାର୍ଯ୍ୟଳୟ ରେ ଉଭୟ ପହଁଚି ନିଜର କାର୍ଯ୍ୟ କରିବା କଥା ହେଲେ ବିଧାୟକ ବିଭିନ୍ନ ବାହାନା ଦେଖାଇ ଜଗତସିଂହପୁର ରେ ନ ପହଁଚି ବିଧାୟକ ଙ୍କ ସମ୍ପର୍କୀୟ ଲୋକଙ୍କୁ ଲଗେଇ ଫୋନ ମାଧ୍ୟମରେ ଅସଭ୍ୟ ଭାଷାରେ ଗାଳି କରିଥିଲେ I ବାଧ୍ୟ ହୋଇ ସୋମାଲୀନ ଅପେକ୍ଷା କରି ନିଜ ପ୍ରେମିକ ବିଧାୟକ ଙ୍କୁ ଯୋଗାଯୋଗ କରିଥିଲେ ବି ସେ କୌଣସି ଉତ୍ତର ଦେଇନଥିଲେ । ଫଳରେ, ଅଫିସ ବନ୍ଦ ହେବା ପରେ ଯୁବତୀ ଓ ତାଙ୍କ ପରିବାର ଲୋକେ ଫେରି ଆସିଥିଲେ । ଯାହାକୁ ନେଇ ବିଧାୟକଙ୍କ ନାମରେ ଜଗତସିଂହପୁର ଥାନାରେ ଅଭିଯୋଗ କରାଯିବ ବୋଲି ସୋମାଲିକାଙ୍କ ପରିବାର ପକ୍ଷରୁ କୁହାଯାଇଛି I