ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ରୋଗ ମୁକ୍ତ ଜୀବନ ପାଇଁ ଯୋଗଯୁକ୍ତ ଜୀବନ ଏକାନ୍ତ ଆବଶ୍ୟକ ବୋଲି ଆଜି ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ମତପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ମାଳଦା ସ୍ଥିତ ଅନନ୍ତ ଗୋପାଳ ଟ୍ଯୁଟୋରିଆଲ୍ ଠାରେ ଶିକ୍ଷାବିତ ମୃତ୍ୟୁଞ୍ଜୟ ରାଉତଙ୍କ ସଂଯୋଜନା ରେ ଅନୁଷ୍ଠିତ ଯୋଗ ଶିବିରରେ ସାମ୍ବାଦିକ ତଥା ସାମାଜିକ କର୍ମୀ ଦୁର୍ଯୋଧନ ଲେଙ୍କା ଯୋଗ ଦେଇ ସର୍ବାଙ୍ଗ ସୁନ୍ଦର ଜୀବନ ପାଇଁ ଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ ।ଏହାଛଡ଼ା ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଓଲମ୍ଵ ଵିଲିମ୍ଵ ସହିତ ଅନ୍ୟାନ୍ୟ ଯୋଗ ଵିଦ୍ୟା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥିରେ ଶିକ୍ଷକ ନୃସିଂହ ଚରଣ ସାମଲ, ପ୍ରିତିକାନ୍ତ ରାଉତ, ଦେବେନ୍ଦ୍ର ଜେନା, ଅସିତ୍ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କ ପାଇଁ ଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ସେହିଭଳି ବ୍ଲକର ପ୍ରଜାପିତା ବ୍ରହ୍ମ କୁମାରୀ ବିଶ୍ଵବିଦ୍ୟାଳୟ ଆଶ୍ରମ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଅନୁରୂପ ଭାବେ ଭଣ୍ଡାରିପୋଖରୀ ମେଡିକାଲ ଠାରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି । ଏଥିରେ ଡାକ୍ତର କମଳାକାନ୍ତ ସ୍ୱାଇଁ, ବିପିଏମ ରଶ୍ମିରେଖା ପୃଷ୍ଟି, ବିଡ଼ିଏମ ଶୁଭ୍ରା ଗାଙ୍ଗୁଲି, ସୁପରଭାଇଜର ମନୋରଞ୍ଜନ ରାଉତ, ନିରଞ୍ଜନ ସାହୁ, ପଙ୍କଜ ବେହେରା, ଅନୁପମା ଦାସ, ଲଲାଟ ପାଢ଼ୀଙ୍କ ସମେତ ସମସ୍ତ ଷ୍ଟାଫ ନର୍ସ ଓ ଆଶାଦିଦି ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ