ପ୍ରାଥମିକ ବିଦ୍ୟାଳୟରେ ଆଜବେଷ୍ଟ ଉପରେ ବିରାଟକାୟ ପଣସ ଗଛ ପଡି ନଷ୍ଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : -ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଖାରିଗୁଡା ପଞ୍ଚାୟତ ନିକଟସ୍ଥ ଖାରିମେରା ପ୍ରାଥମିକ ବିଦ୍ୟାଳୟ ଆଜବେଷ୍ଟ ଉପରେ ପଡିଲା ଏକ ବିରାଟ ପଣସ ଗଛ । ସୌଭାଗ୍ୟ ବଶତଃ କାହାର କିଛି କ୍ଷତି  ହୋଇନଥିବା ସୂଚନା ମିଳିଛି । ସ୍କୁଲର ଆଜବେଷ୍ଟ ଭାଙ୍ଗି ଚୁର୍ମାର ହୋଇଯାଇଥିବା ବେଳେ ସେହି ଗଛ କୁ କାଟିବା ପାଇଁ ମୋହନା ଅଗ୍ନି ସମ ବାହିନୀ ପହଞ୍ଚି ଗଛ କାଟି ସଫା କରିଛନ୍ତି । ରବିବାର ଛୁଟି ଥିବା ବେଳେ କୌଣସି ଛାତ୍ର କିମ୍ବା ଶିକ୍ଷକ ସ୍କୁଲ ରେ ନଥିବା ବେଳେ ଏହି ଗଛ ପଡିଥିଲା । ଖବର ପାଇ ମୋହନା ଅଗ୍ନି ସମ ବାହିନୀ ଗଛ କୁ ସଫା କରି ଦେଇଥିବା ଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ