ଉଦ୍ଘାଟନର ସାତମାସ ନହେଉଣୁ ଅବ୍ୟବସ୍ଥା ଘେରରେ ଛେଳିଗଡ଼ ୫ଟି ବିଦ୍ୟାଳୟ

ମୋହନା, (ଅଂଶୁମାନ ପଣ୍ଡା) :-ଶିକ୍ଷା ର ବିକାଶ କୁ ଆଗକୁ ନେବା ଶହ ପିଲା ଙ୍କୁ ଆଧୁନିକ ଯୁଗରେ କୌଶଳ ଓ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ରେ ନିର୍ମାଣ କରୁଛନ୍ତି  I ସ୍ମାର୍ଟ ଶ୍ରେଣୀ ଗୃହ ହେଲେ ଠିକା ସଂସ୍ଥା ଓ ସହକାରୀ ଯନ୍ତ୍ରୀ ଯନ୍ତ୍ରୀ ମଧ୍ୟରେ ନିର୍ବିଡ ସମ୍ପର୍କ ପାଇଁ ନିର୍ମାଣ ର କିଛି ମାସ ନ ପୂରୁଣୁ ୫ଟି ବିଦ୍ୟାଳୟ ନାମରେ ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଉଦେଶ୍ୟରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ବିଭାଗୀୟ ଅଧିକାରୀଙ୍କ ଲୁଟିବା ମନବୃତି ଯୋଗୁଁ ଉଦ୍ଘାଟନର ସାତମାସ ନହେଉଣୁ ଅବ୍ୟବସ୍ଥା ମଧ୍ୟରେ ବିଦ୍ୟାଳୟ ଚାଲୁଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହେଉଛି Iଗ- ଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ । ଏଠାରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୬୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବା ବେଳେ ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଶିକ୍ଷା ଦାନ କରୁଛନ୍ତି । ତେଣୁ ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢିବେ ସ୍ମାର୍ଟ ହେବେ ସେନେଇ ରାଜ୍ୟ ସରକାର ବିଦ୍ୟାଳୟକୁ ୫ଟି ଯୋଜନା ମାଧ୍ୟମରେ ରୂପାନ୍ତରିତ କରି, ଲାଇବ୍ରେରୀ, ସ୍ମାର୍ଟ କ୍ଲାସ୍ ରୁମ୍ , ଆଦର୍ଶ ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍ ସେବା ଯୋଗାଇବା ସହ ସୁନ୍ଦର ବଗିଚା  ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି  ସୁବ୍ୟବସ୍ଥା କଲେ ।୨୦୨୧ ନଭେମ୍ବର ୨୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦ୍ଘାଟନ କରି ଖୁସି ବ୍ୟକ୍ତ ମଧ୍ୟ କରିଥିଲେ । ହେଲେ ଉଦ୍ଘାଟନର ସାତ ମାସ ନହେଉଣୁ ବିଦ୍ୟାଳୟଟି ଏବେ ଅବ୍ୟବସ୍ଥା ମଧ୍ୟରେ ଚାଲିଛି । ନାଆସୁଛି ଶୌଚାଳୟ କୁ ପାଣି ନା ଆସୁଛି ପିଇବା ପାଣି । ବର୍ଷା ହେଲେ ଶ୍ରେଣୀ ଗୃହରେ ପଶୁଛି ବର୍ଷା ପାଣି । ଏବେ ମଧ୍ୟ ଅନେକ ପୁରୁଣା ଶୌଚାଳୟ ଓ ପାନୀୟଜଳ ବ୍ୟବସ୍ଥା ମରାମତି କରାଯାଉନଥିବା ଯୋଗୁଁ ସେଠାରେ ଗଛ ଉଠିଗଲାଣି । ବିଦ୍ୟାଳୟ ପରିସରରେ କୂଅ ଥିଲେ ମଧ୍ୟ ମରାମତି ଅଭାବରୁ ଭୁସୁଡିଗଲାଣି କିନ୍ତୁ ତାକୁ ଚୂନ ଦେଇ ନୂଆ କରାଯାଇଛି।ବିଦ୍ୟାଳୟର ଏଭଳି ଅବ୍ୟବସ୍ଥା ଦେଖି ଛାତ୍ର ଛାତ୍ରୀ ମାନେ ଅବ୍ୟବସ୍ଥା ପ୍ରତି ରାଜ୍ୟ ସରକାର ଦୃଷ୍ଟି ପକାଇବା ପାଇଁ  ଅନୁରୋଧ କରିଛନ୍ତି । ଅନ୍ୟପଟେ ବିଭାଗୀୟ ସହକାରୀ ଯନ୍ତ୍ରୀ ସାନୁଜ କୁମାର ଙ୍କ ଠାରୁ ସୂଚନା ପ୍ରକାରେ ଏହି ବିଦ୍ୟାଳୟକୁ 5T ମାଧ୍ୟମରେ ୭୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଛି । କିନ୍ତୁ ଏବେ ଟିକିଏ ନଜର ପକାନ୍ତୁ କିଭଳି ବିଦ୍ୟାଳୟ କାନ୍ଥ ଗୁଡିକୁ ଅନଭିଜ୍ଞ ମିସ୍ତ୍ରୀ ଦ୍ଵାରା ମରାମତି କରାଯାଇଥିବା ବେଳେ ବିଦ୍ୟାଳୟର ଅନେକ ସ୍ଥାନରେ କାନ୍ଥ ଫାଟି ଆଁ କଲାଣି । ଆପଣ ଭାବୁଥିବେ ଯଦି ଏତେ ପରିମାଣର ଟଙ୍କା ଖର୍ଚ୍ଚ କରାଯାଇଛି ତା ହେଲେ କୋଠା ଗୁଡିକ ମଧ୍ୟ ନୂତନ ଭାବେନିର୍ମାଣ ହୋଇଥିବ ହେଲେ ତାହା ନୁହଁ ।  ଏଗୁଡିକୁ ସବୁ ପୁରଣା କୋଠା ତାହାକୁ କେବଳ ରଂଗ ଦିଆଯାଇଛି । ଯାଫଳରେ ଚଳିତ ମାସ ୮ ତାରିଖରେ କାଳବୈଶାଖୀ ଝଡ଼ବତାସ ଯୋଗୁଁ ରଙ୍ଗ ଦିଆଯାଇଥିବା ଟିଣଛପର ମଧ୍ୟ ଉଡିଯାଇଛି । ତଥାପି ତାହାକୁ ସଜାଡିବା ପାଇଁ ଯେମିତି କାହାର ଦୃଷ୍ଟି ପଡୁନି ।ତେବେ ବିଦ୍ୟାଳୟର ଏମିତି ଅବ୍ୟବସ୍ଥା ଦେଖିଲେ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ୭୮ ଲକ୍ଷ ଟଙ୍କା କାହା ସ୍ୱାର୍ଥରେ କରାଯାଇଛି ନା ବିଦ୍ୟାଳୟ ରୂପାନ୍ତରିତ ନାମରେ ସରକାରୀ ଅର୍ଥ କୁ ହଡପ କରାଯାଇଛି I ତେବେ ବିଦ୍ୟାଳୟର ଏଭଳି ଅବସ୍ଥା ସଂପର୍କରେ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ ।ବି ଦ୍ୟାଳୟର ଏଭଳି ଅବସ୍ଥା ପାଇଁ ଯେଉଁ ମାନେ ସଂପୃକ୍ତ ତାହାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି । ରାଜ୍ୟ ସରକାର ଙ୍କ ୫ଟି ସଚିବ ଏହି ବିଦ୍ୟାଳଗୁଡିକରେ ନିମ୍ନ ମାନର ନିର୍ମାଣ କାମ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବିବାକ ମୋହଲ ରେ ଦାବୀ ହୋଇଛି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ